ନୂଆଦିଲ୍ଲୀ: ଇନ୍ଦୋରର ବ୍ୟବସାୟୀ ସୋନମ ରଘୁବଂଶୀଙ୍କ ହତ୍ୟା ମାମଲାରେ ମେଘାଳୟ ପୁଲିସ ଏଯାବତ ମୁଖ୍ୟ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କ ସମେତ ରାଜ କୁଶୱାହ, ବିଶାଳ ସିଂହ ଚୌହ୍ବାନ, ଆକାଶ ରାଜପୁତ ଓ ଆନନ୍ଦ କୁଲିଙ୍କୁ ମଧ୍ୟପ୍ରଦେଶ ଓ ଉତ୍ତରପ୍ର‌ଦେଶରୁ ଗିରଫ କରିଛି। 

Advertisment

ପୁଲିସ ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ କ୍ରାଇମର ରି-କ୍ରିଏସନ କରି ହତ୍ୟାକାଣ୍ଡର ସମସ୍ତ ଦିଗକୁ କେନ୍ଦ୍ର କରି ଯାଞ୍ଚ ପ୍ରକ୍ରିୟା ଆଗକୁ ବଢ଼ାଇବ।

ରାଜାଙ୍କ ହତ୍ୟା ଘଟଣାର ପୁଲିସ ଯାଞ୍ଚ କରୁଥିବା ବେଳେ ଜଣାପଡ଼ିଛି କି ସୋନମ ରଘୁବଂଶୀ  ସ୍ବାମୀଙ୍କୁ ହତ୍ୟା ପାଇଁ ଦୁଇଟି ଯୋଜନା କରି ରଖିଥିଲେ। ଗୋଟିଏର ନାମ ଥିଲା ପ୍ଲାନ ‘ଏ’ ଦ୍ବିତୀୟଟି ଥିଲା ‘ବି’। ଯଦି କୌଣସି କାରଣରୁ ପ୍ଲାନ ‘ଏ’ ବିଫଳ ହୁଏ ତେବେ ସଙ୍ଗେସଙ୍ଗେ ଅପଣାଇଥାଆନ୍ତେ ପ୍ଲାନ ‘ବି’। ଏହି ସୂଚନା ଗିରଫ ହୋଇଥିବା ହତ୍ୟାକାରୀଙ୍କ ମଧ୍ୟରୁ ଜଣେ ପୁଲିସ ସାମ୍ନା‌ରେ ପ୍ରକାଶ କରି କହିଛି।

ପୁଲିସର କହିବା ଅନୁସାରେ, ସୋନମ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ କରିଥିବା ‘ପ୍ଲାନ ଏ’ ଅନୁଯାୟୀ  ହତ୍ୟାକାରୀମାନଙ୍କ ଦ୍ବାରା ରାଜାଙ୍କୁ ହତ୍ୟା କରିବେ । ଯଦି ଏହି ପ୍ଲାନ ବିଫଳ ହୁଏ ତେବେ ପ୍ଲାନ ‘ବି’ ଆପଣାଇବେ। ଅର୍ଥାତ ସୋନମ ସ୍ବାମୀଙ୍କୁ ସେଲିଫି ନେବା ପାଇଁ ପାହାଡ଼ ଉପରକୁ ଡାକି ନେଇ ତଳକୁ ଠେଲି ଦେଇ ହତ୍ୟା କରିବେ ।’