ନୂଆଦିଲ୍ଲୀ: ବିବାହ ପରେ ମେଘାଳୟକୁ ହନିମୁନ୍ ପ‌ାଇଁ ଯାଇ ନିଖୋଜ୍ ହୋଇଯାଇଥିବା ରାଜା ରଘୁବଂଶୀଙ୍କ ହତ୍ୟା ମାମଲାକୁ ନେଇ ପ୍ରତି ଘଣ୍ଟାରେ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି। ପତ୍ନୀ ସୋନମ ହତ୍ୟାର ଷଡ଼ଯନ୍ତ୍ର ରଚିଥିବା ନେଇ ଜଣାପଡ଼ିବା ପରେ ସାରା ଦେଶରେ ଚହଳ ପଡ଼ିଛି। ବିବାହ ପୂର୍ବରୁ ସୋନମ ଜଣକୁ ଭଲପାଉଥିଲେ ଏବଂ ବିବାହ କରିବାକୁ ଚାହୁଁଥିଲେ। ହେଲେ ପରିବାର ଲୋକଙ୍କ ଚାପ ଯୋଗୁଁ ସେ ରାଜାଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ପୂର୍ବରୁ ସେ ନିଜ ପରିବାରକୁ ଚେତାବନୀ ଦେଇଥିଲେ ବୋଲି ସାମ୍ନାକୁ ଆସିଛି।

Advertisment

ସୋନମ ପୁଲିସକୁ କହିଛି ଯେ, ସେ ପୂର୍ବରୁ ତାଙ୍କ ମା’ଙ୍କୁ ଏହି ବିବାହ ପାଇଁ ମନା କରିଥିଲେ। "ତୁମେ ମୋର ବିବାହ ରାଜାଙ୍କ ସହ ଜୋର ଜବରଦସ୍ତ କରାଉଛ। କିନ୍ତୁ ତା'ପରେ ଯାହା ଘଟିବ ସେଥିପାଇଁ ତୁମେ ପ୍ରସ୍ତୁତ ରହିବା ଉଚିତ୍। ମୁଁ ରାଜାଙ୍କୁ ନୁହେଁ, ରାଜ୍ କୁଶୱାହାଙ୍କୁ ଭଲ ପାଉଛି। ତାଙ୍କୁ ବିବାହ କରିବାକୁ ଚାହୁଁଛି। ମୋ ଇଚ୍ଛା ବିରୋଧରେ ଗଲେ ପରିଣତି ଭଲ ହେବନାହିଁ।" ସୋନମ ଏଭଳି କହିିଥିଲେ ବି ତାଙ୍କ ପରିବାର ସଦସ୍ୟମାନେ ତାଙ୍କର ବିବାହ ରାଜା ରଘୁବଂଶୀଙ୍କ ସହିତ ସ୍ଥିର କରିଥିଲେ। ବିବାହ ପରେ ସୋନମ ଏଭଳି କିଛି କରିଦେବ ବୋଲି ତାଙ୍କ ପରିବାର କେବେ ଭାବି ନଥିଲେ।

ରାଜାଙ୍କ ଭାଇଙ୍କ ବିପିନଙ୍କ କହିିବା ମୁତାବକ, ରାଜାଙ୍କ ମୃତ୍ୟୁ ପାାଇଁ ସୋନମଙ୍କ ପରିବାର ଲୋକ ମଧ୍ୟ ଦାୟୀ। ଜୋର ଜବରଦସ୍ତ ସେମାନେ ଏହି ବିବାହ ନକରିଥିଲେ ରାଜା ଆଜି ଆମ ସହିତ ଥାନ୍ତେ।