ଆଇପିଏସ୍‌ ସୁରେନ୍ଦ୍ର ଦାସ୍‌ ଆତ୍ମହତ୍ୟା ଘଟଣା : ଅବସାଦଗ୍ରସ୍ତ ଥିବା ସହ ଗୁଗଲ୍‌ରୁ ଖୋଜିଥିଲେ ଆତ୍ମହତ୍ୟାର ଉପାୟ

କାନପୁର : କାନପୁର ସିଟି ଏସପି ଆଇପିଏସ୍‌ ସୁରେନ୍ଦ୍ର ଦାସ୍‌ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଏହି ମାମଲାକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ । ପ୍ରାଥମିକ ତଦନ୍ତରୁ ସୁରେନ୍ଦ୍ର ଆତ୍ମହତ୍ୟା କରିବାର କିଛି ଦିନ ପୂର୍ବରୁ ଚିନ୍ତାଗ୍ରସ୍ତ ଥିବା ସହ ଗୁଗଲରେ ଆତ୍ମହତ୍ୟା କରିବା ବିଷୟରେ ସର୍ଚ୍ଚ କରିଥିଲେ ବୋଲି ଜଣା ପଡ଼ିଛି । ଆତ୍ମହତ୍ୟା କରିବା ପାଇଁ ଏସ୍‌ପି ସୁରେନ୍ଦ୍ର ସଲ୍‌ଫାସ ଖାଇଥିବା ବେଳେ ତାଙ୍କୁ ଗମ୍ଭୀର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ୨୪ଘଣ୍ଟାରୁ ଅଧିକ ହୋଇ ଯାଇଥିଲେ ମଧ୍ୟ ତାଙ୍କ ଅବସ୍ଥାରେ କୌଣସି ସୁଧାର ଆସି ନ ଥିବା ଜଣା ପଡ଼ିଛି ।

Amar Ujala

ସୂଚନା ମୁତାବକ, ଏସ୍‌ପି ସୁରେନ୍ଦ୍ର ଦାସ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଚିଠି ଲେଖିଥିଲେ । ଯେଉଁଥିରେ ସେ ପାରିବାରିକ କଳହ ପାଇଁ ଏହି ପଦକ୍ଷେପ ନେଉଥିବା ଲେଖିଥିଲେ । ଏସ୍‌ପି ସୁରେନ୍ଦ୍ର ଦାସ ଏବଂ ତାଙ୍କ ସ୍ତ୍ରୀ ରବିନା ସିଂହଙ୍କ ମଧ୍ୟରେ କୌଣସି କଥାକୁ ନେଇ ସବୁ ବେଳେ ଝଗଡ଼ା ହେଉଥିଲା । ଆତ୍ମହତ୍ୟା କରିବା ଦିନ ମଧ୍ୟ ଦୁହିଁଙ୍କର ଝଗଡ଼ା ହୋଇଥିଲା । ଜନ୍ମାଷ୍ଟମୀରେ ଏସ୍‌ପି ସୁରେନ୍ଦ୍ର ଦାସଙ୍କ ସ୍ତ୍ରୀ ଆମିଷ ଘରେ ଆଣି ଖାଇବାରୁ ଦୁହିଁଙ୍କ ମଧ୍ୟରେ ଜୋରରେ ଝଗଡ଼ା ହେବା ସହ ଏସ୍‌ପି ସୁରେନ୍ଦ୍ର ଦାସ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ସମ୍ବନ୍ଧିତ ଖବର