ଜେଲ୍‌ ଗଲା ସୁଶାନ୍ତ

ସ୍ପେସାଲ ସ୍କ୍ଵାର୍ଡ଼ ଏନକାଉଣ୍ଟର ମାମଲା

ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ବଇଁଚୁଆ (ଧବଳାହାର) ସ୍ଥିତ ଆମ୍ବତୋଟାରେ କମିସନରେଟ୍‌ ପୁଲିସର ସ୍ପେଶାଲ ସ୍କ୍ଵାର୍ଡ଼ରଏନ୍‌କାଉଣ୍ଟର ମାମଲାରେ ଆହାତ ଦୁଇ ଅପରାଧୀଙ୍କ ମଧ୍ୟରୁ ଆଜି ସୁସ୍ଥ ହେବା ପରେ ଜଣକୁ ବାଲିଅନ୍ତା ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଂଜୁର ହେବାରୁ ଜେଲ୍‌ ହାଜତକୁ ଯାଇଥିବା ଏହି ଅପରାଧୀ ଜଣକ ହେଲେ ଲିପୁ ଓରଫ ସୁଶାନ୍ତ ସାହୁ । ଲିପୁର ଘର ଜଗତ୍‌ସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ ବାଲିପାଟଣା । ଅନୁରୂପ ଭାବେ ପୁଲିସ ଗୁଳିରେ ଲିପୁ ସହିତ ଗୁରୁତର ଆହାତ ହୋଇ କଟକ ଜଗତ୍‌ପୁର ପଶ୍ଚିମକଛ ଅଞ୍ଚଳର ହରିହର ସାମଲ ଏବେ ସେଠାରେ ଚିକିତ୍ସିତ ହେଉଥିବା ପୁଲିସ କହିଛି । ଏସଂକ୍ରାନ୍ତରେ ବାଲିଅନ୍ତା ଥାନାରେ କେସ୍‌ ନଂ ୬/୧୮ ରେ ଏକ ମାମଲା ରୁଜୁ ହୋଇଥିଲା । ସୂଚନାଯାଗ୍ୟ ଗତ ୯ ତାରିଖ ଅପରାହ୍ନରେ ନଦୀ ପଠାରେ ଡକାୟତି ପାଇଁ ଏହିି ୬ ଜଣିଆ ଗ୍ୟାଙ୍ଗ୍‌ ଯୋଜନା ଚଳାଇଥିବା ସଂପର୍କରେ ପୂର୍ବ ସୂଚନା ପାଇ ସ୍ପେଶାଲ ସ୍ୱାର୍ଡ଼ ଇନ୍ସପେକ୍ଟର ସଂଜୀବ ସତପଥୀଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ଅତର୍କିତ ଚଢ଼ଉ କରିଥିଲା । ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟରେ ଲିପୁ ଓ ହରି ଆହାତ ହୋଇ ଗିରଫ ହୋଇଥିବା ବେଳେ ଅନ୍ୟମାନେ କିନ୍ତୁ ଘଟଣାସ୍ଥଳରୁ ଖସି ପଳାଇଥିଲେ । ସେହିପରି ଅପରାଧୀଙ୍କ ପାଲଟା ଆକ୍ରମଣରେ ପୁଲିସ ବି ଆହାତ ହୋଇଥିଲା । ହେଲେ ଏଯାଏ ସ୍ପେଶାଲ ସ୍କ୍ଵର୍ାର୍ଡ଼ ଟିମ୍‌ ଫେରାର ଥିବା ଅନ୍ୟ ୪ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇପାରି ନଥିବା ନେଇ ସୂଚନା ମିଳିଛି ।

ସମ୍ବନ୍ଧିତ ଖବର