ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭକ୍ତ ମଧୁ ବିଦ୍ୟାପୀଠର କିରାଣୀ

ଭୁବନେଶ୍ୱର: ଗୁରୁବାର କଟକ ଭକ୍ତ ମଧୁ ବିଦ୍ୟାପୀଠର ଜନୈକ କିରାଣୀ ଲାଞ୍ଚ ନେବା ବେଳେ ସିଧାସଳଖ ଭିଜିଲାନ୍ସ ହାତରେ ଧରାପଡ଼ିଛି। ଉକ୍ତ କିରାଣୀଙ୍କ ନାମ ନାରାୟଣ ସାହୋ ବୋଲି ଜଣାପଡ଼ିିଛି।

ଭକ୍ତ ମଧୁ ବିଦ୍ୟାପୀଠର ଅତିରିକ୍ତ ଶିକ୍ଷକ ସୁମନ୍ତ କୁମାର ଧନିକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ କି ୪୩,୦୦୦ / – ଟଙ୍କାର ବକେୟା ବିଲ୍‌ ପ୍ରସ୍ତୁତ କରିବାକୁ କିରାଣୀ ନାରାୟଣ ସାହୋ ଲାଞ୍ଚ ଦାବି କରୁଛନ୍ତି। ଆଜି ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ରଙ୍ଗଲଗା ୫୦୦୦ଟଙ୍କା ସୁମନ୍ତ କୁମାର ଧନିକ ନାରାୟଣ ସାହୋଙ୍କୁ ଦେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍ କିରାଣୀଙ୍କୁ ଧରିବା ସହିତ ତାଙ୍କଠାରୁ ଉକ୍ତ ଟଙ୍କା ଜବତ କରିଥିଲା। ଏହି ଘଟଣାକୁ ନେଇ ଭିଜିଲାନ୍‌ସ କେସ୍‌ ନଂ -୩ ୧୧.୩.୨୦୨୦ରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର