ଲିପ୍ଟ ଭିତରେ ଛାତ୍ରୀଙ୍କ ଆଗରେ ଯୌନାଚାରରେ ଲିପ୍ତ ହେଲେ ସଫେଇ କର୍ମଚାରୀ, ଆନ୍ଦୋଳନକୁ ଓହ୍ଳାଇଲେ ଛାତ୍ରଛାତ୍ରୀ

ଚେନ୍ନାଇ: ଚେନ୍ନାଇର କାତନକୁଲାତୁର ଅଞ୍ଚଳରେ ଥିବା ଏସ୍‌ଆର୍‌ଏମ୍‌ ୟୁନିଭରସିଟି ପରିସରର ମହିଳା ହଷ୍ଟେଲ୍‌ ଲିପ୍ଟ ଭିତରେ ସଫେଇ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଇଞ୍ଜିନିୟରିଂ ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀଙ୍କ ସମ୍ମୁଖରେ ଆପତ୍ତିଜନକ କାର୍ଯ୍ୟ କରିବା ପରେ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଛି। ଅଭିଯୁକ୍ତ କର୍ମଚାରୀ ଯୁବତୀଙ୍କ ସାମ୍ନାରେ ଏପରି କାର୍ଯ୍ୟ କରିବା ପରେ କେଉଁଆଡ଼େ ଦଉଡ଼ି ପଳାଇ ଯାଇଛନ୍ତି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଯୁବତୀ ଜଣକ କର୍ମଚାରୀଙ୍କ ବିରୋଧରେ ଯୌନ ଶୋଷର ଅଭିଯୋଗ ଆଣିବା ପରେ ତାଙ୍କୁ ଧରିବା ପାଇଁ ଖୋଜା ଚାଲିଛି ବୋଲି ସୂଚନା ରହିଛି।

ତେବେ, ସବୁଠାରୁ ଜଜ୍ଜାକର କଥା ହେଉଛି ଜଣେ ଛାତ୍ରୀ ଅଭିଯୋଗ ଆଣିଛନ୍ତି ଯେ ଏପରି ଘଟଣା ଘଟିବା ପରେ କେହି କେହି ଯୁବତୀମାନଙ୍କୁ ଦୋଷୀ କରିଛନ୍ତ। ଯୁବତୀମାନେ ପିନ୍ଧୁଥିବା ପୋଷାକ ହିଁ ଏପରି ପରିସ୍ଥିତିର କାରଣ ବୋଲି କେହି କେହି ମତ ରଖିଛନ୍ତି।

 

ଏହି ଘଟଣା ଘଟିବା ପରେ ଯୁବତୀ ଜଣକ ହଷ୍ଟେଲ୍‌ ଓ୍ଵାର୍ଡେନକୁ ସୂଚୀତ କରିଥିଲେ ବି ହଷ୍ଟେଲ୍‌ ଓ୍ଵାର୍ଡେନ ସିସିଟିଭି ଫୁଟେଜ ଦେଖିବାକୁ ସ୍ପୃହା ପ୍ରକାଶ କରିନଥିଲେ। ଏହାଛଡ଼ା ଅଭିଯୋଗ ଲେଖାଇବାକୁ ବି ତାଙ୍କର ଇଚ୍ଛା ନ ଦେଖାଇବା ହେତୁ ଏପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।

 

ଏହି ଘଟଣାକୁ ନେଇ ୟୁନିଭରସିଟି ପରିସରରେ ଛାତ୍ର ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ଇଞ୍ଜିନିୟରିଂ ତୃତୀୟ ବର୍ଷ ଛାତ୍ରୀମାନେ ବି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର