ଷ୍ଟାବିଲାଇଜର ଚୋରି କରି ସେଲ୍ସମ୍ୟାନ୍‌ ଗିରଫ

ଭୁବନେଶ୍ୱର: ସହିଦନଗର ସ୍ଥିତ କଳିଙ୍ଗ ସେଲ୍ସରୁ ଷ୍ଟାବିଲାଇଜର୍‌ ଚୋରି ଅଭିଯୋଗରେ ପୁଲିସ ଜଣେ ସେଲ୍ସମ୍ୟାନକୁ ଗିରଫ କରିଛି। ସେ ହେଲେ ସହିଦନଗର ଅଞ୍ଚଳର ସୁନୀଲ ସ୍ୱାଇଁ (୨୩)। ପୁଲିସ ସୂଚନା ମୁତାବକ, ଗତ ୧୨ ତାରିଖ ରାତିରେ ସୁନୀଲ ସୋ’ରୁମ୍‌ରୁ କାମ ସାରିବା ପରେ ଚତୁରତାର ସହ କେତେକ ଷ୍ଟାବିଲାଇଜର୍‌ ଚୋରାଇ ନେଇଥିଲା। ଷ୍ଟକ୍‌ରେ ଯାଞ୍ଚ ସମୟରେ ଦୋକାନରେ ଷ୍ଟାବିଲାଇଜର ନଥିବା ଧରା ଜଣା ପଡ଼ିବାରୁ ମ୍ୟାନେଜର ପ୍ରିୟବ୍ରତ ରାୟ ସନ୍ଦେହ କରିଥିଲେ। ସିସିଟିଭି ଯାଞ୍ଚ କରିବାରୁ ସମସ୍ତ ଘଟଣା ପଦାକୁ ଆସିଥିଲା। ଏନେଇ ପ୍ରିୟବ୍ରତ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ସୁନୀଲକୁ ଗିରଫ କରିବା ସହ ଷ୍ଟାବିଲାଇଜର ଜବତ କରିଥିଲା। ଥାନାରେ ପଚରା ଉଚରା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର