ପୁଲିସ ହାତରେ ଧରାପଡ଼ିଥିବା ଚୋର ଗ୍ୟାଙ୍ଗର ୮ ଜଣଙ୍କ ଭିତରୁ ଜଣେ ହେଲେ ଡ୍ୟାନସର୍‌

ନୂଆଦିଲ୍ଲୀ: ଦିଲ୍ଲୀର ଜଙ୍ଗପୁରା ଆସନରୁ ତିନି ଥର କଂଗ୍ରେସ ବିଧାୟକ ଥିବା ତରବିନ୍ଦର ସିଂହ ମାରବାହଙ୍କ ଜଣେ ସଂପର୍କୀୟଙ୍କ ଘରେ ଚୋରି କରିଥିବା ଏକ ବଡ଼ ଗ୍ୟାଙ୍ଗକୁ ପୁଲିସ ଧରିବାରେ ସଫଳ ହୋଇଛି। ପୁଲିସ ଏହି ଗ୍ୟାଙ୍ଗର ୮ଜଣ ସଦସ୍ୟଙ୍କୁ ଗିରଫ କରି ସେମାନଙ୍କ ପାଖରୁ ପ୍ରଚୁର ମାତ୍ରାରେ ଚୋରି ସାମଗ୍ରୀ ଜବତ କରିଛି। ସବୁଠାରୁ ମଜାଦାର ତଥ୍ୟ ହେଉଛି ଯେ ଗିରଫ ବ୍ୟକ୍ତିମାନଙ୍କଭିତରୁ ଜଣେ ପ୍ରଫେସନାଲ୍‌ ଡ୍ୟାନସର ବି ଅଛନ୍ତି। ସେହି ଚୋର ଦିନରେ ମଞ୍ଚରେ ନୃତ୍ୟ କରିଥାଏଏବଂ ରାତିରେ ଗ୍ୟାଙ୍ଗ ସହ ମିଶି ଚୋରି କରିଥାଏ।


ଡିସିପି ଚିନ୍ମୟ ବିଶ୍ୱାଳଙ୍କ ଅନୁଯାୟୀ ଏହି ଚୋରି ଗ୍ୟାଙ୍ଗର ସର୍ଦ୍ଦାର ହେଲା ଦୀପକ ଓରଫ ଦୀପୁ ଧରଫ ଅଜୟ (୩୦)। ଧରାପଡ଼ିଥିବା ଡ୍ୟାନସର ଅରୁଣ କୁମାରର ବୟସ ହେଲା ୨୩ ବର୍ଷ। ସେ ମାଲବୀୟ ନଗରର ବାସିନ୍ଦା। ସେମାନଙ୍କଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଗହଣା,ବାଇକ୍‌ ଓ ଚୋରି ଟଙ୍କାରେ କିଣାଯାଇଥିବା ସ୍କର୍ପିୟୋ ଗାଡ଼ି ଜବତ କରାଯାଇଛି। ଅଜୟ ନାଆଁରେ ୨୨ଟି ଚୋରି ମାମଲା ଥିବା ବେଳେ ଅରୁଣ ନାଆଁରେ ୧୧ଟି ମାମଲା ରହିଛି। ଏହି ଗ୍ୟାଙ୍ଗ ଦିଲ୍ଲୀରେ ଚେନ୍‌ ଲୁଟିବା ଓ ଚୋରି କରିବା କାମରେ ଲିପ୍ତ ଥାଆନ୍ତି। ଏହାଛଡା ସେମାନଙ୍କ ନାଆଁରେ ମାମଲା ମଧ୍ୟ ରହିଛି।

ସମ୍ବନ୍ଧିତ ଖବର