‘ପ୍ରପୋଜ୍‌’ର ଜବାବ ଦାବି କରି ରାଜରାସ୍ତାରେ ଯୁବତୀଙ୍କୁ ଛୁରି ମାରି ହତ୍ୟା କଲେ ଯୁବକ

ଠାଣେ: ଶନିବାର ସକାଳେ ଇଷ୍ଟର୍ଣ୍ଣ ଏକ୍ସପ୍ରେସ୍‌ ହାଇେଓ୍ଵ ଉପରେ ସ୍ପଷ୍ଟ ଦିବାଲୋକରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଛୁରି ମାରି ହତ୍ୟା କରାଯାଇଛି। ତାଙ୍କୁ ‘ପ୍ରପୋଜ୍‌’ କରି ଜବାବ ଚାହୁଁଥିବା ଜଣେ ବ୍ୟକ୍ତି ଏ ଭଳି କରିଥିବା ଜଣାପଡ଼ିଛି।

ଠାଣେବାସିନୀ ପ୍ରାଚୀ ଜାଡ଼େ ଦ୍ୱି-ଚକିଆ ଯାନ ଚଳାଇ ନିଜ କର୍ମକ୍ଷେତ୍ରକୁ ଯାଉଥିବାବେଳେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ତାଙ୍କୁ ଅଟକାଇଥିଲେ ୨୫ ବର୍ଷିୟ ଆକାଶ ପାଓ୍ଵାର୍‌। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପାଓ୍ଵାର୍‌ ଜାଡ଼େଙ୍କୁ ଗାଡ଼ିରୁ ଟାଣି ଆଣି ଅସଦାଚରଣ କରିବା ସହ ଦେଇଥିବା ପ୍ରସ୍ତାବର ଉତ୍ତର ଦାବି କରିଥିଲେ। ସେ ତାଙ୍କୁ କହିଥିଲେ କି, ଯଦି ‘ସେ’ ତାଙ୍କର ନ ହୁଅନ୍ତି, ଆଉ କାହାର ହୋଇ ପାରିବେ ନାହିଁ।

ତା’ପରେ ପାଓ୍ଵାରା ତାଙ୍କୁ ବହୁବାର ଛୁରାଘାତ କରି ଘଟଣାସ୍ଥଳରୁ ଖସି ପଳାଇଥିଲେ। ରାସ୍ତାକଡ଼ରେ ଲହୁଲୁହାଣ ହୋଇ ପଡ଼ି ରହିଲେ ଜାଡ଼େ। ଦୌଡ଼ି ପଳାଇବାରେ ବେଳେ ଗୋଟାଏ ଚଳନ୍ତା ବସ୍‌ ଆଗରେ ପାଦ ପକାଇ ପାଓ୍ଵାର୍‌ ମଧ୍ୟ ଆହତ ହୋଇଥିଲେ। ଦୁର୍ଘଟଣା ପରେ ସେ ଗୋଟାଏ ଅଟୋରିକ୍ସାରେ ବସିବାର ଦେଖଣାହାରିମାନେ କହୁଛନ୍ତି। ପରେ ତାଙ୍କୁ ତାଙ୍କର ଜଣେ ବନ୍ଧୁଙ୍କ ଘରୁ ଗିରଫ କରାଯାଇଥିଲା।

ପୁଲିସ ରେକର୍ଡରୁ ଜଣା ପଡ଼ିଛି ଯେ ଏ ବର୍ଷର ଆଦ୍ୟ ଭାଗରେ ଜାଡ଼େ ପରିବାର ପାଓ୍ଵାର୍‌ଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ଦୁଇ ଜଣ ଦେଖଣାହାରି ପୁଲିସକୁ କହିଛନ୍ତି କି, ଜାଡ଼େ ମାରାତ୍ମକ ଆହତ ହୋଇ ପଡ଼ିଥିବା ବେଳେ କେତେକ ମୋବାଇଲ୍‌ରେ ତାଙ୍କର ଫଟୋ ଉତ୍ତୋଳନ କରିଥିଲେ ମଧ୍ୟ କେହି ତାଙ୍କୁ ଡାକ୍ତରଖାନାକୁ ନେଇ ଯିବାକୁ ଉଦ୍ୟମ କରି ନ ଥିଲେ। ଦୁଇ ଦେଖଣାହାରି ଅଟୋ କିଂବା ଅନ୍ୟ କୌଣସି ଗାଡ଼ି ନ ପାଇବାରୁ ସାହାଯ୍ୟ ପାଇଁ ଓ୍ଵାଗ୍‌ଲେ ଇଷ୍ଟେଟ୍‌ ଥାନାକୁ ଯାଇ ବିଟ୍‌ ମାର୍ସଲ୍‌ଙ୍କୁ କହିଥିଲେ। ତିନିହେଁ ଜାଡ଼େଙ୍କୁ ନିକଟସ୍ଥ କ୍ରିଟିକେୟାର୍‌ ହସ୍‌ପିଟାଲ୍‌କୁ ନେଇଥିଲେ କିନ୍ତୁ, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ପରେ ତାଙ୍କୁ ଠାଣେ ସିଭିଲ୍‌ ହସ୍‌ପିଟାଲ୍‌କୁ ନିଆଯାଇଥିଲା।

ପୁଲିସ କହିବାନୁସାରେ, ପାଓ୍ଵାର୍‌ ଜଣେ କଲେଜ୍‌ ଡ୍ରପ୍‌ଆଉଟ୍‌। ସକାଳ ୮ଟାରୁ କୋପ୍ରି ପୋଲ ଠାରେ ଜାଡ଼େଙ୍କୁ ଅପେକ୍ଷା କରି ବସିଥିଲା। ସାଢ଼େ ୧୦ଟା ପରେ ଜାଡ଼େ ଘରୁ ବାହାରିବା ପରେ ସେ ନିଜ ଦ୍ୱିଚକିଆ ଯାନରେ ତାଙ୍କୁ ପ୍ରାୟ ୧ କିଲୋମିଟର ଅନୁସରଣ କରି ଅଟକାଇଥିଲେ।

ପାଓ୍ଵାର୍‌ ଦୁଇଟି ଛୁରି ଆଣିଥିଲେ। ଗୋଟିଏ ଗାଡ଼ି ପଛ ସିଟ୍‌ରେ, ଆରଟି ପକେଟ୍‌ରେ ରଖିଥିଲେ। ପକେଟ୍‌ରେ ରଖିଥିବା ଛୁରିରେ ସେ ଜାଡ଼େଙ୍କୁ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର