ଗାଜିଆବାଦ୍‌ରେ ଦୁଇ ସହପାଠୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ

ଗାଜିଆବାଦ୍‌ : ସହିବାବାଦ୍‌ର ଏକ ସ୍କୁଲର ଦୁଇଜଣ ନାବାଳକଙ୍କ ଉପରେ ସେହି ସ୍କୁଲର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଆରୋପ ଲଗାଯାଇଛି । ଏହି ଘଟଣା ସ୍କୁଲର ଶୌଚାଳୟରେ ଘଟିଥିବା ଜଣାପଡ଼ିଛି। ଛାତ୍ରୀଙ୍କ ପରିବାର ଲୋକେ ଏ ନେଇ ଏତଲା ଦେଇଥିବା ବେଳେ ପୁଲିସ ଦୁଇ ନାବାଳକଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଅଭିଯୋଗ ଅନୁଯାୟୀ, ଗତ ନଭେମ୍ବର ୮ରେ ଦୁଇ ଏହି ନାବାଳକ ଛାତ୍ରୀଙ୍କ ଗୁପ୍ତାଙ୍ଗରେ ଏକ ଲୁହା ଭର୍ତ୍ତି କରିଦେଇଥିଲେ । ଛାତ୍ରୀ ଜଣଙ୍କର ପରିବାର ଲୋକଙ୍କ କହିବା ଅନୁଯାୟୀ ଏହି ଘଟଣାଟି ସ୍କୁଲର ଶୌଚାଳୟରେ ଘଟିଥିଲା । ନଭେମ୍ବର ୮ରେ ପ୍ରଦୂଷଣ ବଢ଼ୁଥିବା ହେତୁ ଜିଲ୍ଲା ମାଜିଷ୍ଟ୍ରେଟ୍‌ ସବୁ ସ୍କୁଲ ଛୁଟି ଘୋଷଣା କରିଥିଲେ । କିନ୍ତୁ ଏହି ଘଟଣା ସଂପର୍କରେ ସୂଚନା ଛାତ୍ରଛାତ୍ରୀଙ୍କର ମାତା-ପିତାଙ୍କୁ ଦିଆଯାଇନଥିଲା । ଯାହା ଫଳରେ କି ସବୁ ପିଲା ସ୍କୁଲ ଆସିଥିଲେ ଓ ଛୁଟି ଅଛି ବୋଲି ଜାଣିବା ପରେ ସମସ୍ତେ ଘରକୁ ଫେରିଥିଲେ । କିନ୍ତୁ ପୀଡ଼ିତାଙ୍କ ମାତା-ପିତା ତାଙ୍କୁ ନେବାକୁ ଆସିବା ପାଇଁ ବିଳମ୍ବ ହେବାରୁ ପୀଡ଼ିତାଙ୍କୁ ସ୍କୁଲରେ ରହିବାକୁ ପଡ଼ିଥିଲା। ସେ ସମୟରେ ଘଟଣା ଘଟିଥାଇ ପାରେ ବୋଲି ସହିବାବାଦ୍‌ର ଷ୍ଟେସନ ହାଉସ୍‌ ଅଫିସର ରାକେଶ କୁମାର ସିଂ କହିଛନ୍ତି ।

ଅନ୍ୟ ପକ୍ଷରେଏ ନେଇ ଦୁଇ ଅଭିଯୁକ୍ତଙ୍କୁ ପଚାରିବାରୁ ସେମାନେ କହିଥିଲେ, ଛାତ୍ରୀ ଜଣଙ୍କ ତାଙ୍କୁ ଚିଡ଼ାଉଥିବାରୁ ସେମାନେ ଖାଲି ଚାପୁଡ଼ା ମାରିଥିଲେ । ଘଟଣା ଦିନ ପୀଡ଼ିତାଙ୍କ ସହ ଶୌଚାଳୟ ଯାଇଥିବା ତାଙ୍କ ସହପାଠୀନିଙ୍କୁ ପଚାରିବାରୁ ଦୁଇ ଅଭିଯୁକ୍ତ ସେଠାକୁ ଆସି ନଥିଲେ ବୋଲି ସେ କହିଥିଲେ । ଛାତ୍ରୀ ଜଣଙ୍କର ମାତାପିତା ସ୍କୁଲ ନ ପହଞ୍ଚିବା ପର୍ଯ୍ୟନ୍ତ ଛାତ୍ରୀଙ୍କୁ ସ୍କୁଲ ଗାର୍ଡ଼ ପାଖରେ ଛାଡ଼ିବା ପାଇଁ ସ୍କୁଲ ଅଧିକାରୀଙ୍କୁ ଜଣାଇଥିଲେ । କିନ୍ତୁ ସ୍କୁଲ ପାଖରେ ରହୁଥିବା ଶିକ୍ଷକ ଜଣଙ୍କ ତାଙ୍କୁ ସ୍କୁଲ ଗାର୍ଡ଼ଙ୍କ ପାଖରେ ନଛାଡ଼ି ନିଜ ଘରକୁ ନେଇ ଯାଇଥିଲେ । ସେଠି ଥିବା ସମୟରେ ଛାତ୍ରୀ ଜଣଙ୍କ ଠିକ୍‌ ଥିବା ସହ ତାଙ୍କ ସହ କିଛି ହୋଇଛି ବୋଲି ମଧ୍ୟ ଅଭିଯୋଗ କରି ନଥିଲେ।”

“କିନ୍ତୁ କିଛି ଦିନ ପରେ ତାଙ୍କ ଗୁପ୍ତାଙ୍ଗରୁ ରକ୍ତସ୍ରାବ ଆରମ୍ଭ ହୋଇଯାଇଥିିଲା । ରକ୍ତସ୍ରାବ ବନ୍ଦ ନହେବାରୁ ମାତା-ପିତା ପୀଡ଼ିତାଙ୍କୁ ଗାଇନେକୋଲୋଜିଷ୍ଟଙ୍କ ପାଖରେ ଦେଖାଇବା ପରେ ତାଙ୍କ ଗୁପ୍ତାଙ୍ଗରେ ଆଘାତ ଲାଗିଛି ବୋଲି ଡାକ୍ତର କହିଥିଲେ । ଏ ବିଷୟରେ ପୀଡ଼ିତାଙ୍କୁ ପଚରା ଯିବାରୁ ସେ ପୂରା ଘଟଣା ତାଙ୍କ ମାତା-ପିତାଙ୍କୁ ଜଣାଇଥିଲେ ବୋଲି ରାକେଶ କୁମାର ସିଂ କହିଛନ୍ତି । ସୋମବାର ଏନେଇ ଡାକ୍ତରୀ ପରୀକ୍ଷା କରିବାକୁ ଥିବା ବେଳେ ମଙ୍ଗଳବାର ଏହାକୁ କରାଯିବ ବୋଲି ପୀଡ଼ିତାଙ୍କ ମାତା-ପିତା କହିଛନ୍ତି । ରିପୋର୍ଟ ଆସିବା ପରେ ହିଁ ଲାଗି ଥିବା ଆଘାତ ଏବଂ ଏହା କେଉଁ ସମୟରେ ଘଟିଥିଲା ତାହା ଜଣା ପଡ଼ିବ” ବୋଲି ରାକେଶ କୁମାର ସିଂ କହିଛନ୍ତି ।

ସମ୍ବନ୍ଧିତ ଖବର