ପୁଣେ: ମହାରାଷ୍ଟ୍ରର ପୁଣେଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୧୫ ବର୍ଷୀୟା ନାବାଳିକା ତାଙ୍କର ସାବତ ବାପାଙ୍କ ଦ୍ବାରା ଯୌନ ଅସଦାଚରଣ ପରେ ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଛି।
A 15 year old girl allegedly sexually assaulted and killed by her step father in Bhosari area of Pune. Police have registered a case against accused under different sections including under POCSO. Accused yet to be arrested. #Maharashtra
— ANI (@ANI) December 13, 2019
ଏଏନ୍ଆଇ କରିଥିବା ଏକ ଟ୍ବିଟ୍ ମୁତାବକ, ପୁଣେର ଭୋସାରି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଯାଇଛି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପୁଲିସ୍ ଅଭିଯୁକ୍ତ ବାପାଙ୍କ ନାମରେ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ୍ ସୂଚନା ଦେଇ କହିଛି ଯେ ଅଭିଯୁକ୍ତ ସାବତ ବାପାଙ୍କୁ ଏଯାବତ୍ ଗିରଫ କରାଯାଇ ପାରିନାହିଁ।