ମହାରାଷ୍ଟ୍ର: ପାଳିତ ଝିଅକୁ ଯୌନ ଅସଦାଚରଣ ପରେ ହତ୍ୟା

ପୁଣେ: ମହାରାଷ୍ଟ୍ରର ପୁଣେଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୧୫ ବର୍ଷୀୟା ନାବାଳିକା ତାଙ୍କର ସାବତ ବାପାଙ୍କ ଦ୍ବାରା ଯୌନ ଅସଦାଚରଣ ପରେ ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ଏଏନ୍‌ଆଇ କରିଥିବା ଏକ ଟ୍ବିଟ୍‌ ମୁତାବକ, ପୁଣେର ଭୋସାରି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଯାଇଛି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପୁଲିସ୍‌ ଅଭିଯୁକ୍ତ ବାପାଙ୍କ ନାମରେ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ସୂଚନା ଦେଇ କହିଛି ଯେ ଅଭିଯୁକ୍ତ ସାବତ ବାପାଙ୍କୁ ଏଯାବତ୍‌ ଗିରଫ କରାଯାଇ ପାରିନାହିଁ।

 

ସମ୍ବନ୍ଧିତ ଖବର