ବୈଶିଙ୍ଗା: ଗତ ୧ତାରିଖ ଦିନ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ହେମପୁର ଗ୍ରାମର ଜନୈକ ପରିବାରର ସମସ୍ତ ସଦସ୍ୟ ବୁଲିବାକୁ ଯାଇଥିବାବେଳେ ମଧରାତ୍ରିରେ ଘରେ ପଶି କଳାକନା ବୁଲେଇଲେ ଦୁର୍ବୁତ୍ତl ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସମତେ ନଗଦ ୧୧ହଜାର ଟଙ୍କାl
ସୂଚନା ଅନୁଯାଇ ହେମପୁର ଗ୍ରାମର ସର୍ବେଶ୍ୱର ଜେନା ନିଜ ପରିବାରବର୍ଗଙ୍କ ସହିତ ନୂଆବର୍ଷ ପାଳିବାକୁ ହଦଗଡ଼ ବୁଲିବାକୁ ଯାଇଥିବେଳେ ସେଦିନ ଆଉ ଘରକୁ ଫେରି ପାରିନଥିଲେ l
ତେବେ ତାପର ଦିନ ସକାଳୁ ସେମାନେ ଆସି ଦେଖିବାକୁ ପାଇଥିଲେ କି ଘର ତାଲା ଭାଙ୍ଗିବା ସହିତ ଭିତରେ ପଶି ଗଡ଼ରେଜ ଚାବି ଭାଙ୍ଗି ଭିତରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଓ ରୁପାର ଅଳଙ୍କାର ସମେତ ଝିଅ ପାଠ ପଢା ପାଇଁ ଥିବା ୧୧ହଜାର ନଗଦ ଟଙ୍କା ମଧ୍ୟ ଲୁଟିନେଇଥିଲେ ଦୁର୍ବୁତ୍ତl ତେବେ ଏନେଇ ସର୍ବେଶ୍ୱର ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ ଦେବାପରେ ୨/୨୫ନଂ ଏସଆଇ ଦେବାଶିଷ ମଣ୍ଡଳ ସଦଳବଳ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତକୁ ତ୍ୱରିତ କରିଛନ୍ତି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/03/701vZbCAnEAbiZkOKBIA.jpg)