କଚୋଡି ଖାଇବା ପାଇଁ ‌ଟ୍ରେନକୁ ଅଟକାଇ ଦେଲେ ଲୋକପାଇଲଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଲୋକପାଇଲଟ କଚୋଡି ଖାଇବା ପାଇଁ ଟ୍ରେନକୁ ଅଟକାଇ ଦେଇଥିବା ଜଣାପଡ଼ିଛି। ଏହି ଘଟଣା ରାଜସ୍ଥାନର ଅଲୱର ଜିଲ୍ଲାରୁ ସାମ୍ନାକୁ ଆସିଛି।

ଅଲୱରସ୍ଥିତ ଏକ ରେଳଷ୍ଟେସନ ନିକଟରେ ଜଣେ ଲୋକପାଇଲଟ କଚୋଡି ଖାଇବା ପାଇଁ ଟ୍ରେନକୁ ଅଧାରୁ ଅଟକାଇ ଦେଇଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଜଣେ ବ୍ୟକ୍ତି କଚୋଡି ଧରି ଠିଆ ହୋଇଥିବାର ନଜର ଆସୁଛନ୍ତି। ଏତିକି ବେଳେ ସେହି ସ୍ଥାନରେ ଏକ ଟ୍ରେନ ଆସି ପହଞ୍ଚିଥିଲା। ଆଉ ବ୍ୟକ୍ତି ଜଣକ କଚୋଡି ପ୍ୟାକେଟକୁ ଲୋକପାଇଲଟଙ୍କ ହାତରେ ବଢ଼ାଇ ଦେଉଥିବା ଦେଖିବାକୁ ମିଳିଛି।  କଚୋଡି ନେବା ପରେ ଟ୍ରେନଟି ପୁଣି ଯାତ୍ରା ଆରମ୍ଭ କରିଥିଲା। ଲୋକପାଇଲଟଙ୍କ ଏଭଳି କାମକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏମିତି ଅଧାରୁ ଟ୍ରେନ ଅଟକାଇ ଦେବା ହେତୁ ଲୋକଙ୍କୁ କିଛି ସମୟ ପାଇଁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର