ଭୁବନେଶ୍ୱର: ମୋବାଇଲ୍ ଫୋନ୍ ଚୋରି ଅଭିଯୋଗରେ ମେଞ୍ଚଶ୍ବର ଥାନା ପୁଲିସ ଜଣେ ଷ୍ଟୋର୍ କିପର୍କୁ ଗିରଫ କରିଛି। ପୁଲିସ ତା’ ନିକଟରୁ ୫ଟି ମୋବାଇଲ୍ ଫୋନ୍ ଜବତ କରିଛି। ସେ େହଲା ଚକେଇସିଆଣୀ ମା’ପାଟଦେଇ ବସ୍ତିର ଟୁକୁ ଜେନା(୨୦)। ପୁଲିସ ସୂଚନା ମୁତାକ, ଗତ କିଛିମାସ ହେବ ଟୁକୁ ମଞ୍ଚେଶ୍ବର ସ୍ଥିତ ଆମାଜନ୍ ଷ୍ଟୋର୍ରେ କାମ କରୁଥିଲା। ତେବେ ସେଠାରୁ େମାବାଇଲ୍ ଚୋରି ପାଇଁ ଯୋଜନା କରିଥିଲା। ଗୁରୁବାର ବିଳମ୍ବିତ ରାତିିରେ ଟୁକୁ ଚତୁରତାର ସହ ୫ଟି ମୋବାଇଲ୍ ଫୋନ୍ ନେଇ ଯାଇଥିଲା। ପରଦିନ ସକାଳୁ ଷ୍ଟୋର୍ରେ ମୋବାଇଲ୍ ଷ୍ଟକ୍ କମ୍ ଦେଖାଇବାରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ସିସିଟିଭି ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ,ମୋବାଲଇଲ୍ଗୁଡ଼ିକୁ ଟୁକୁ ଚୋରି କରିଛି। ଏନେଇ ଷ୍ଟୋର ସୁପରଭାଇଜର୍ ଧନେଶ୍ବର ନାୟକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ଟୁକୁକୁ ଗିରଫ କରିବା ସହ ମୋବାଇଲ୍ଗୁଡ଼ିକୁ ଜବତ କରିଛି। ଆଜି ତାକୁ େକାର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି।
ଷ୍ଟୋରକିପର ଗିରଫ, ୫ ମୋବାଇଲ୍ ଜବତ
/sambad/media/post_attachments/wp-content/uploads/2018/07/arrested-08-1499499014.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)