କୋଲକାତା: ପୁଣି କୋଲକାତାରେ ଘଟିଲା ଲଜ୍ଜିତ କଲା ଭଳି ଘଟଣା। ଗତବର୍ଷ ଜଣେ ଟ୍ରେନି ଡାକ୍ତରଙ୍କକୁ ହସ୍ପିଟାଲରେ ଦୁଷ୍କର୍ମ କରାଯାଇ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଏବେ ପୁଣି ଥରେ କୋଲକାତାରେ ଆଉ ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କୌଣସି ଜନଶୂନ୍ୟ ଅଞ୍ଚଳ ନୁହେଁ ବରଂ ଏକ ଆଇନ୍ କଲେଜରେ ଏହି ଘଟଣା ଘଟିଛି। ଯୁବତୀ ଆଇନ ଛାତ୍ରୀ ହୋଇଥିବା ବେଳେ କଲେଜର ପୂର୍ବତନ ଛାତ୍ରୀ ଓ ୨ଜଣ କର୍ମଚାରୀ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କୁହାଯାଉଛି ଯେ, ଏହି ଅପରାଧ ପାଇଁ ତିନି ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ମନୋଜିତ ମିଶ୍ର (୩୧), ଜୈବ ଅହମ୍ମଦ (୧୯) ଏବଂ ପ୍ରମିତ ମୁଖୋପାଧ୍ୟାୟ (୨୦)
ସୂଚନା ମୁତାବକ, ଘଟଣାଟି ଜୁନ୍ ୨୫ ତାରିଖ ସନ୍ଧ୍ୟା ୭:୩୦ ରୁ ୮:୫୦ ମଧ୍ୟରେ ଘଟିଥିଲା। ଗୁରୁବାର ରାତିରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା ଏବଂ କସବା ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲା। ପୁଲିସ କହିଛି ଯେ, ଅଭିଯୋଗକାରୀ ଦକ୍ଷିଣ କଲିକତାରେ ଥିବା ଆଇନ କଲେଜର ଜଣେ ଛାତ୍ରୀ।
ଏଫଆଇଆର ଅନୁଯାୟୀ, ବୁଧବାର ଦୁଇ ଅଭିଯୁକ୍ତ - ମନୋଜିତ ଏବଂ ଜୈବଙ୍କୁ ଗିରଫ କରାଯାଇଥିଲା, ଏବଂ ସେମାନଙ୍କ ମୋବାଇଲ ଫୋନ୍ ଜବତ କରାଯାଇଥିଲା। ଶୁକ୍ରବାର ପ୍ରମିତଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା ଏବଂ ତାଙ୍କ ଫୋନ୍ ମଧ୍ୟ ଜବତ କରାଯାଇଥିଲା। ଶୁକ୍ରବାର ଦିନ ତିନି ଜଣଙ୍କୁ ଆଲିପୁରର ଏକ କୋର୍ଟରେ ହାଜର କରାଯିବା ପରେ ସେମାନଙ୍କୁ ଜୁଲାଇ ୧ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି। ତେବେ କେଉଁ କାରଣରୁ ସେମାନେ ଏଭଳି ଅପରାଧ କଲେ ତାହା ସାମ୍ନାକୁ ଆସିନାହିଁ।
ଅନ୍ୟପକ୍ଷରେ, ୩ଜଣ ଅଭିଯୁକ୍ତ ମଧ୍ୟରେ ଜଣେ ଟିଏମସି ନେତ ବୋଲି ଦାବି କରାଯାଉଛି। ଏହି ଘଟଣାକୁ ନେଇ ବିଜେପି ଓ ଟିଏମସି ମୁହାଁମୁହିଁ ହୋଇଛନ୍ତି। ଟିଏମସି ଶାସନ କାଳରେ ଅପରାଧ ବଢ଼ୁଥିବା ସହ ମହିଳା ସୁରକ୍ଷିତ ନୁହନ୍ତି ବୋଲି କହିଛି ବିଜେପି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/06/27/thdjqhd-2025-06-27-13-56-24.jpg)
