ନିଟ୍‌ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ମହିଳା ପରୀକ୍ଷାର୍ଥୀଙ୍କୁ ଅନ୍ତବସ୍ତ୍ର କାଢ଼ିବାକୁ କହିଲେ ପରୀକ୍ଷକ; ଥାନାରେ ମାମଲା

ପଲକ୍କଡ଼୍‍ : କେରଳରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଚାରି ଦିନ ତଳେ ଅନୁଷ୍ଠିତ ନିଟ୍‌ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ଦେବା ପାଇଁ ଛାଡ଼ିବା ପୂର୍ବରୁ ସେମାନଙ୍କୁ ଅନ୍ତବସ୍ତ୍ର କାଢ଼ିବା ପାଇଁ କୁହାଯାଇଥିଲା ବୋଲି ଅଭିଯୋଗ ହୋଇଛି । ଅନ୍ତବସ୍ତ୍ରରର ହୁକ୍‌ ମେଟାଲିକ୍‌ ହୋଇଥିବାରୁ ସେମାନଙ୍କୁ ଏହାକୁ କାଢ଼ିବା ପାଇଁ କୁହାଯାଇଥିଲା ବୋଲି ଜଣାପଡ଼ିଛି ।

ABP Live

ମେ ୬ତାରିଖରେ ଅନୁଷ୍ଠିତ ନିଟ୍‌ ପରୀକ୍ଷାରେ ଏହି ମାମଲାରେ ପରୀକ୍ଷକଙ୍କ ବିରୋଧରେ ଏତଲା ଦେଇଛନ୍ତି ଜଣେ ପରୀକ୍ଷାର୍ଥୀ । ଧାରା ୫୦୯ ଅନୁଯାୟୀ ପରୀକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ । ପୀଡ଼ିତା ଦେଇଥିବା ଅଭିଯୋଗ ଅନୁଯାୟୀ, କେରଳର କୋପାରେ ଥିବା ଲାୟନ୍ସ ସ୍କୁଲରେ ନିଟ୍‌ ପରୀକ୍ଷା କରାଯାଇଥିଲା । ପରୀକ୍ଷା ଦେବାକୁ ଯିବା ପୂର୍ବରୁ ଯାଞ୍ଚ ସମୟରେ ଆମମାନଙ୍କୁ ଅନ୍ତବସ୍ତ୍ର କାଢ଼ି ଭିତରକୁ ଯିବା ପାଇଁ କୁହାଯାଇଥିଲା । ବାଧ୍ୟ ହୋଇ ସମସ୍ତେ ସେପରି କରିଥିଲେ । ଭିତରକୁ ଯାଇ ପରୀକ୍ଷା ଦେଉଥିବା ବେଳେ ପରୀକ୍ଷକ ଜଣଙ୍କ ବାରମ୍ବାର ଆସି ମୋ ପାଖରେ ଠିଆ ହେବା ସହ ଅଶ୍ଲୀଳ ଦୃଷ୍ଟିରେ ମୋତେ ଦେଖିଥିଲେ । କେବଳ ମୋତେ ନୁହେଁ ଅନ୍ୟ ପରୀକ୍ଷାର୍ଥିମାନଙ୍କୁ ମଧ୍ୟ ସେ ଖରାପ ଦୃଷ୍ଟିରେ ଦେଖୁଥିଲେ । ଅନ୍ୟ ପକ୍ଷରେ ଏ ନେଇ ଅଭିଯୋଗ ପାଇବା ପରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଅନ୍ୟ ପରୀକ୍ଷାର୍ଥୀଙ୍କୁ ମଧ୍ୟ ପଚରାଯିବ ବୋଲି ପୁଲିସ ସୂଚନା ଦେଇଛି ।

ସମ୍ବନ୍ଧିତ ଖବର