ନୂଆଦିଲ୍ଲୀ: ବିହାରର ନାଳନ୍ଦ‌ା ଜିଲ୍ଲା ସିଲାବ ଥାନା ଅଧୀନସ୍ଥ ସୁରୁମପୁର ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ଛାତ୍ର ଚଳିତ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ସତ୍ତ୍ବେ ଜୀବନ ହାରି ଦେଇଛନ୍ତି। ମୃତ ଛାତ୍ରଙ୍କ ନାମ ସାହିଲ କୁମାର ବୟସ ୧୫ବର୍ଷ ବୋଲି ଜଣାପଡ଼ିଛି।

Advertisment

ସାହିଲଙ୍କ ଘରଲୋକଙ୍କ କହିବାନୁସାରେ, ‘ପୁଅ ପିଲାଟି ଦିନରୁ ପ୍ରତି ଶ୍ରେଣୀରେ ଭଲ ନମ୍ବର ରଖି ଆସିଛି। ଭଲ ପାଠପଢ଼ୁଥିବା ହେତୁ ସେ କେଉଁ ବିଷୟରେ କେତେ ନମ୍ବର ଆସିବ ତାହା ଗଣନା କରି ଦେଇଥାଏ। ଚଳିତ ବର୍ଷ ପୁଅ ମାଟ୍ରିକ ପରୀକ୍ଷା ଦେଇ ଆସିବା ପରେ କେତେ ପ୍ରତିଶତ ନମ୍ବର ଆସିବ ସେ ଗଣନା କରି ରଖିଥିଲା। ପରୀକ୍ଷା ଫଳ ବାହାରିବା ପରେ ପୁଅ ପ୍ରଥମଶ୍ରେଣୀରେ ଉତ୍ତୀର୍ଣ୍ଣ ସିନା ହୋଇଥିଲା କିନ୍ତୁ ସେ ଯେତିକି ନମ୍ବର ଆଶା କରିଥିଲା ତା’ ଠାରୁ କମ ନମ୍ବର ଆସିଥିଲା।

ଯେଉଁ କାରଣରୁ ସେ ନିରାଶ ହୋଇଯାଇଥିଲା। ଗୋଟିଏ ସ୍ଥାନରେ ଚୁପ ହୋଇ ବସି ରହିଥିଲା। ଆମେ ତାକୁ ବହୁତ ବୁଝାଇଥିଲୁ। ବୁଝିବା ପରେ ସେ ରାତିରେ ଖାଇବାକୁ ଆସିଥିଲା। ଖାଇପିଇ ସମସ୍ତେ ରାତିରେ ଶୋଇବାକୁ ଚାଲି ଯାଇଥିବା ବେଳେ ପୁଅ ଜୀବନ ହାରି ଦେଇଥିଲା।

ସକାଳେ ସେ କବାଟ ନଖୋଲିବାରୁ ଆମେ ଝରକା ଭାଙ୍ଗି ଭିତରକୁ ଯିବା ପରେ ପୁଅ ଫଙ୍ଖାରେ ଝୁଲି ପଡ଼ିଥିବ‌ା ଦେଖିବାକୁ ପାଇଥିଲୁ। ଆମେ ‌ତାକୁ ସେଠାରୁ ଉଦ୍ଧାର କରି ପୁଲିସକୁ ଖବର ଦେଇ ଡାକ୍ତରଖାନା ନେଇଥିଲୁ। କିନ୍ତୁ ଡାକ୍ତର ସେଠାରେ ପୁଅକୁ ମୃତ ଘୋଷଣା କରିଥିଲେ। ’