ମା’ଙ୍କ ସହ ଅବୈଧ ସଂପର୍କ ଥିବା ଜାଣି ରାଗରେ ପ୍ରଥମେ ଶିକ୍ଷକଙ୍କୁ ହତ୍ୟା କଲା, ପରେ ବାଇକ୍‌ରେ ଘୋଷାଡ଼ି ନେଇ ମଶାଣିରେ ଫିଙ୍ଗିଲା ପୁଅ

ଜିନ୍ଦ(ହରିୟାଣା): ହରିୟାଣାର ଜିନ୍ଦରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ମା’ଙ୍କ ସହ ନିଜର ଶିକ୍ଷକଙ୍କର ଅବୈଧ ସଂପର୍କ ଥିବା ଜାଣି ଅଭିଯୁକ୍ତ ପୁଅ ଯାହା କରିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଭିଯୁକ୍ତ ପ୍ରଥମେ ନିଜ ଶିକ୍ଷକଙ୍କ ଗଳା ଚିପି ହତ୍ୟା କରିଥିବା ବେଳେ ପରେ ନିଜ ବାଇକ୍‌ରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ମଶାଣିରେ ନେଇ ଫିଙ୍ଗିଥିଲେ । ପୁଲିସ ଘଟଣାର ଖବର ପାଇଁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡ଼ିଛି । ତଦନ୍ତ କରି ପୁଲିସ ଅଭିଯୁକ୍ତ ବିକାଶକୁ ହେପାଜତକୁ ନେଇ ପଚରାଉଚରା କରିବା ପରେ ବିକାଶ ନିଜ ଦୋଷ ମାନିଥିଲେ ।

ପୁଲିସ ଦେଇଥିବା ସୂଚନା ମୁତାବକ, ମୃତ ମନିଷ ଆଇଟିଆଇ କଲେଜରେ େଓ୍ଵଲଡର ଇନ୍‌ଷ୍ଟ୍ରକଟର ଭାବେ କାମ କରୁଥିଲେ । ଏହି ସମୟରେ ତାଙ୍କର ଯିବା ଆସିବା ବିକାଶଙ୍କ ଘରକୁ ଆରମ୍ଭ ହୋଇଥିଲା । କିଛି ଦିନ ଯିବା ପରେ ବିକାଶଙ୍କ ମା’ ଏବଂ ମନିଷ ମଧ୍ୟରେ ଅବୈଧ ସଂପର୍କ ଗଢ଼ି ଉଠିଥିଲା । ଏ ସୂଚନା ବିକାଶଙ୍କୁ ମିଳିବା ପରେ ସେ ମନିଷଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ।

Newsmobile

ଜାନୁଆରି ୫ରେ ଘରେ ଛାଡ଼ିଦେବା ପାଇଁ ବିକାଶ ମନିଷଙ୍କୁ କହିବା ପରେ ମନିଷ ତାଙ୍କୁ ନିଜ ବାଇକ୍‌ରେ ଘରେ ଛାଡ଼ିବା ପାଇଁ ରାଜି ହୋଇଥିଲେ । ଯିବା ବାଟରେ ବିକାଶ ମନିଷଙ୍କ ଗଳା ଚିପି ହତ୍ୟା କରିବା ସହ ତାଙ୍କ ମୃତଦେହକୁ ନେଇ ମଶାଣିରେ ଫିଙ୍ଗି ଦେଇଥିଲେ ।

ସମ୍ବନ୍ଧିତ ଖବର