ଭୁବନେଶ୍ୱର: ଏକ ପ୍ରମୁଖ ଶିକ୍ଷାନୁଷ୍ଠାନର ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓକୁ ଭାଇରାଲ୍ କରିବାକୁ ଧମକ ଦେବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ପୁରୀ ଜିଲ୍ଲା ଗୋପ ଅଞ୍ଚଳର ନିଶିକାନ୍ତ କର(୨୧)। ଏଠାରେ ଲକ୍ଷ୍ମୀସାଗର ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ରୁହେ। ପୁଲିସ ସୂଚନା ଅନୁଯାୟୀ, ଗତ ପାଞ୍ଚ ବର୍ଷ ତଳେ ସହିଦନଗର ସ୍ଥିତ ଏକ ମଲ୍ରେ ନିଶିକାନ୍ତର ଛାତ୍ରୀଙ୍କ ସହ ଭେଟ ହୋଇଥିଲା। ଆଉ ପ୍ରଥମ ଦେଖାରେ ନିଶିକାନ୍ତ ଛାତ୍ରୀଙ୍କୁ ଭଲପାଇ ବସିଥିଲା। ଛାତ୍ରୀଙ୍କ ବିଷୟରେ ଜାଣିବା ପାଇଁ ନିଶିକାନ୍ତ ଉତ୍ସାହିତ ହୋଇପଡ଼ିଥିଲା। ତେଣୁ ମଲ୍ରୁ ଘରକୁ ଫେରିବା ପର୍ଯ୍ୟନ୍ତ ସେଠାରେ ଛାତ୍ରୀଙ୍କୁ ଅପେକ୍ଷା କରିଥିଲା। ଛାତ୍ରୀଙ୍କୁ ପିଛାକରି ସମସ୍ତ ତଥ୍ୟ ସଂଗ୍ରହ କରିଥିଲା। ଛାତ୍ରୀ ଜଣଙ୍କ ସେଠାରେ ଥିବା ଏକ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଜାଣିବା ପରେ ନିଶିକାନ୍ତ ପ୍ରତିଦିନ ଉକ୍ତ ଶିକ୍ଷାନୁଷ୍ଠାନ ଚାରିପଟେ ଚକ୍କର୍ ମାରିଥିଲା। ଆଉ ଶେଷରେ ଛାତ୍ରୀଙ୍କୁ ନିଜ ପାଲରେ ପକାଇଥିଲା। ଛାତ୍ରୀ ଜଣଙ୍କ ମଧ୍ୟ ନିଶିକାନ୍ତଙ୍କୁ ଭଲପାଇ ବସିଥିଲେ। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବାରେ ଲାଗିଥିଲା। ନିଶିକାନ୍ତ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ କହିବାରୁ ଛାତ୍ରୀ ଜଣକ ଏଥିରେ ରାଜି ହୋଇ ନଥିଲେ। ପରେ ତାଙ୍କୁ ବିବାହ କରିବ ବୋଲି ନିଶିକାନ୍ତ ଭରସା ଦେଇଥିଲା। ଛାତ୍ରୀ ଜଣକ ଏଥର ରାଜି ହୋଇ ଯାଇଥିଲେ। ଏହାର ସୁଯୋଗ ନେଇ ନିଶିକାନ୍ତ ବିଭିନ୍ନ ସମୟରେ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ଏହି ସମୟରେ ନିଶିକାନ୍ତ ଚତୁରତାର ସହ ଭିଡିଓ ରେକର୍ଡିଂ କରିଥିଲା। କୌଣସି କାରଣକୁ ନେଇ କିଛିଦିନ ତଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉଭୟ ପରସ୍ପରଠାରୁ ଦୂରେଇ ରହିଥିଲେ। ତେବେ ଝଗଡ଼ା ହେବାର କିଛିଦିନ ପରେ ନିଶିକାନ୍ତ ଛାତ୍ରୀଙ୍କୁ ରୁମ୍କୁ ଡାକିଥିଲା। ହେଲେ ଛାତ୍ରୀ ଜଣଙ୍କ ନିଶିକାନ୍ତ କଥାରେ ରାଜି ହୋଇ ନଥିଲେ। ନିଶିକାନ୍ତ ପ୍ରତିଶୋଧ ପରାୟଣ ହୋଇ ସେହି ଅନ୍ତରଙ୍ଗ ମୁହୂର୍ତର ଭିଡିଓକୁ ଭାଇରାଲ କରିବାକୁ ଧମକ ଦେଇଥିଲା। ଏ ନେଇ ଛାତ୍ରୀ ଜଣକ ଥାନାରେ ଅଭିଯୋଗ କରିଥିଲେ।
ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଧମକ, ଯୁବକ ଗିରଫ
/sambad/media/post_attachments/wp-content/uploads/2018/04/viral-video.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)