ନୂଆଦିଲ୍ଲୀ: ଦିଲ୍ଲୀରେ ଛେଡଛାଡ୍‌ ଘଟଣା ଆଜିକାଲି ଅତି ମାମୁଲି ହୋଇଗଲାଣି। କିନ୍ତୁ ଏଭଳି ଘଟଣା ଖୁବ୍‌ କମ୍‌ ଲୋକଲୋଚନକୁ ଆସୁଛି। କ୍ଲଷ୍ଟର ବସରେ ଘରକୁ ଟ୍ୟୁସନ୍‌ ପଢ଼ାଇବାକୁ ଯାଉଥିବା ଜଣେ ୨୩ ବର୍ଷୀୟା ଏମ୍‌ଫିଲ୍‌ ଛାତ୍ରୀଙ୍କ ସହିତ ଜଣେ ଯୁବକ ଅଶ୍ଳୀଳ ଆଚରଣ କରିଥିିବା ଜଣାଯାଇଛି। ଯୁବତୀଜଣକ ଏହାକୁ ବିରୋଧ କରିବା ପରେ ଯୁବକ ଜଣକ ପୀଡିତାଙ୍କୁ ଶକ୍ତ ଚାପୁଡା ମାରିଥିଲା। ଖାଲି ସେତିକି ତାଙ୍କର ହାତ ମଧ୍ୟ ମୋଡି ଦେଇଥିଲା।

Advertisment

publive-image
ଏସବୁ ଦେଖିବାପରେ ବସରେ ଥିବା ଯାତ୍ରୀମାନେ ପ୍ରତିକ୍ରିୟାଶୀଳ ହୋଇ ଉଠିଲେ ଏବଂ ଅଭିଯୁକ୍ତ ଯୁବକକୁ ନିର୍ଧୁମ ଛେଚିଲେ। ଏହାପରେ ଉକ୍ତ ଯୁବକକୁ ପୁଲିସ ହାତରେ ଧରାଇଦେଲେ। ଅଭିଯୁକ୍ତର ନାଆଁ ମୋହିତ। ତା’ର ବୟସ ୨୮ ବର୍ଷ। ସେ ମଣ୍ଡାବଳୀରେ ରହେ। ପୀଡିତାଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତ ମୋହିର ବିରୁଦ୍ଧରେ ଛେଡଛାଡ ଓ ମାରପିଟିର ମାମଲା ରୁଜ୍ଜୁ କରିଛି। ପୀଡିତା ଗାଜିପୁର ଗାଆଁରେ ନିଜର ପରିବାର ସହିତ ରହନ୍ତି। ସେ ଏମ୍‌ଫିଲ କରିବା ସହ ଘର ଘର ବୁଲି ଟିଉସନ୍‌ ବି ପଢାଇଥାଆନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ପୀଡିତାଙ୍କର ଡାକ୍ତରି ପରୀକ୍ଷା କରାଇଥିଲେ।