ପଞ୍ଚମଶ୍ରେଣୀ ଛାତ୍ରର ଟିସିରେ ସ୍କୁଲ ଲେଖିଲା ‘ଚରିତ୍ରହୀନ’, ଜାଣନ୍ତୁ ପୂରା ଘଟଣାଟି କ’ଣ…

ଗୋଣ୍ଡା: ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଜଣେ ୫ମ ଶ୍ରେଣୀ  ଛାତ୍ରକୁ ସରକାରୀ ସ୍କୁଲରୁ ବହିଷ୍କାର କରି ଦିଆଯାଇଛି। କେବଳ ଏତିକି ନୁହେଁ, ଟିସି (ଟ୍ରାନ୍ସଫର ସାର୍ଟିଫିକେଟ୍‌)ରେ ଚରିତ୍ରହୀନ ବୋଲି ସ୍କୁଲ ଉଲ୍ଲେଖ କରିଛି।

ସୂଚନାଯୋଗ୍ୟ, ଏଭଳି ଘଟଣା  ସ୍ଥାନୀୟ ଚତରୋଲି ପ୍ରାଥମିକ ବିଦ୍ୟାଳୟରେ ଘଟିଛି। ପୁନମ ସିଂହଙ୍କ ନଅ ବର୍ଷର ପୁଅ କିଷନ କୁମାର ସିଂହ ଚତରୋଲି ବିଦ୍ୟାଳୟର ୫ମ ଶ୍ରେଣୀର ଛାତ୍ର। କୁହାଯାଉଛି କି ଜୁଲାଇ ୩୧ ତାରିଖରେ ସେ ସ୍କୁଲ ଯାଇଥିଲା, ମଧ୍ୟାହ୍ନରେ କବାଡି ଖେଳୁଥିବା ସମୟରେ ଜଣେ ଛାତ୍ରକୁ ସେ ଧକ୍କା ଦେଇ ପକାଇ ଦେଇଥିଲା। ଏହାପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାକୁ ନେଇ ଜଣେ ଶିକ୍ଷକ କିଷନକୁ ମାଡ ମାରିଥିଲେ। ଘରେ ପହଞ୍ଚିବା ପରେ କିଷନ୍‌ ସମସ୍ତ କଥା ଜଣାଇଥିଲା।

oneindia

କିଷନ ମା’ଙ୍କ କହିବାନୁସାରେ, ଏହି ଘଟଣା ନେଇ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିବା ପରେ ସେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରି ଦେଇଥିଲେ। ଏହାପରେ ସ୍କୁଲରୁ କିଷନକୁ ବାହାର କରି ଦେଇଥିଲେ। ପ୍ରଧାନ ଶିକ୍ଷକଙ୍କୁ ଯେତେବେଳେ କିଷନର ଟିସି ମାଗା ଯାଇଥିଲା ସେ ଏଥିରେ ‘ଚରିତ୍ରହୀନ’ ବୋଲି ଉଲ୍ଲେଖ କରିଥିଲେ।

ଘଟଣାର ଯାଞ୍ଚ ପରେ ଦୋଷୀକୁ ଉଚିତ ଦଣ୍ଡ ଦିଆଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର