ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାର ତୁଳସୀପୁର ମାଝା ଥାନା ଅଞ୍ଚଳରେ ବୁଧବାର ରାତିରେ ଜଣେ ଦ୍ବାଦଶଶ୍ରେଣୀ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଛାତ୍ରଙ୍କ ନାମ ଅଂଶୁମାନ ଥିବା ଜଣାପଡ଼ିଛି।
ତୁଳସୀପୁର ମାଞ୍ଜା ପଟ୍ଟି ବଳରାଜ ଅଞ୍ଚଳର ବାସିନ୍ଦା ରବି ପ୍ରକାଶ ସିଂହ ଓ ଧରମ ପ୍ରତାପ ସିଂହଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅ ଅଂଶୁମାନ ସିଂହ ଗତବୁଧବାର ରାତି ପ୍ରାୟ ୯ଟାରେ ବାଇକ୍ ଯୋଗେ ଅନିଲ ସିଂହଙ୍କ ଦୋକାନକୁ ଯାଇଥିଲା। ସେଠାରୁ କିଛି ଲୋକ ତାଙ୍କୁ ମହରମପୁରକୁ ଡାକି ନେଇଥିଲେ।
ମହରମପୁର ଗାଁ ପୂର୍ବରୁ ରାସ୍ତାରେ ଚାରି ଜଣ ଲୋକ ପୁଅକୁ ଘେରିଯାଇ ଅଟକାଇଥିଲେ। ପୁରୁଣା ଶତ୍ରୁତା ଯୋଗୁଁ ପୁଅକୁ ରାସ୍ତାରେ ଗୁଳି କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଆକ୍ରମଣକାରୀ। ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ ଆମେ ଘଟଣାସ୍ଥଳରେ ପହଞ୍ଚି ଅନ୍ୟଲୋକଙ୍କ ସହାୟତାରେ ପୁଅକୁ ଉଦ୍ଧାର କରି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ। ଡାକ୍ତର ତାକୁ ମେଡିକାଲ କଲେଜ ଅଯୋଧ୍ୟାକୁ ସ୍ଥାନାନ୍ତର କରି ଦେଇଥିଲେ। ,ହେଲେ ଦୁଃଖର ବିଷୟ ଏଠାରେ ଡାକ୍ତରମାନେ ପୁଅକୁ ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/15/C47tkOhCRRBNyfIIE8HM.jpg)