ନୀଳ ତିମି ପରେ ‘ଡେଥ ଗେମ୍‌’: ଶିକ୍ଷକଙ୍କୁ ହତ୍ୟା କରିବା ପରେ ଛାତ୍ର ସେଲଫି ନେଇ କଲା ଆତ୍ମହତ୍ୟା

ମାସ୍କୋ: ରୁଷର ରାଜଧାନୀ ମାସ୍କୋରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଛାତ୍ର ଶିକ୍ଷକଙ୍କୁ ହତ୍ୟା କରିବା ପରେ ମୃତ ଶିକ୍ଷକଙ୍କ ସହ ସେଲଫି ନେଇଥିଲା। ତା’ପରେ ଇଲେକ୍ଟ୍ରିସକ୍‌ ଦ୍ୱାରା ନିଜେ ଆତ୍ମହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଏହି ହତ୍ୟା ଓ ଆତ୍ମହତ୍ୟା ଘଟଣାରେ ପଛର କାରଣ ସାଇଲେଣ୍ଟ ହିଲ ଗେମ୍‌ କେବାଲଟର ମୁଲିବନ ଗେମ୍‌କୁ ସନ୍ଦେହ କରାଯାଉଛି। କେବାଲଟର ମୁଲିବନ ନୀଳ ତିମି ଖେଳ ଏଭଳି ଏକ ଖେଳ। ଯାହାକୁ ଅନ୍‌ଲାଇନ୍‌ ଜରିଆରେ ଖେଳଯାଏ। ଏହି ଖେଳରେ ପର୍ଯ୍ୟାୟ ଅନୁଯାୟୀ ଟାକ୍ସ ବି ରହିଥାଏ। ଏହି ଖେଳର ଶେଷ ପର୍ଯ୍ୟାୟରେ ପୀଡିତ/ପୀଡିତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇ ଥାଆନ୍ତି। ତେବେ ଏଣ୍ଡ୍ରି ଏମିଲିନିକୋବ ଏହି ଖେଳର ଶୀକାର ହୋଇ ଏପରି କରିଛି ବୋଲି ସନ୍ଦେହ କରାଯାଉଛି।

ପୁଲିସ ସୂତ୍ରରୁ ପ୍ରକାଶ, ୧୯ ବର୍ଷିଅ ଏଣ୍ଡ୍ରି ଏମିଲିନିକୋବ ଛୁରୀ ନେଇ କଲେଜ ଯାଇଥିଲା। ବ୍ରେକ୍‌ ଟାଇମ୍‌ରେ ଏଣ୍ଡ୍ରି ଶିକ୍ଷକ ସର୍ଗଇ ଡେନିଲୋବଙ୍କ ପାଖକୁ ଯାଇ ଆକସ୍ମିକ ଭାବେ ତାଙ୍କ ଗଳାରେ ଛୁରାଘାତ କରିଥିଲା। ଶିକ୍ଷକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। କେବଳ ଏତିକି ନୁହେଁ ଶିକ୍ଷକଙ୍କ ମୃତ୍ୟପରେ ମୃତଦେହ ସହ ଏଣ୍ଡ୍ରି ସେଲଫି ମଧ୍ୟ ନେଇଥିଲା। ଏହାପରେ ଏଣ୍ଡ୍ରି ଇଲେକ୍ଟ୍ରି କରେଣ୍ଟ ଦ୍ୱାରା ଆତ୍ମହତ୍ୟା କରିଥିଲା। ଆତ୍ମହତ୍ୟା ପୂର୍ବରୁ ସେ ନିଜରେ ଆକଉଣ୍ଟରେ ମୃତ ଶିକ୍ଷକଙ୍କ ସହିତ ନେଇଥିବା ସେଲଫି ସହିତ ନମ୍ବବର ଡୁମ୍‌ ….ନାମକ ଏକ ଗୀତ ବି ପୋଷ୍ଟ କରିଥିଲା। ଏଣ୍ଡ୍ରି ଶିକ୍ଷକଙ୍କୁ ହତ୍ୟା କରିବାର ଯୋଜନା ପୂର୍ବରୁ ହିଁ ପ୍ରସ୍ତୁତ କରି ରଖିଥିଲା। ପୁଲିସ ଘଟଣାର ପୂର୍ଣ୍ଣମାତ୍ରାରେ ଯାଞ୍ଚ ଆରମ୍ଭ କରିଦେଇଛି।

ଏଣ୍ଡ୍ରିଙ୍କ ଜଣେ ସାଙ୍ଗଙ୍କ କହିବାନୁସାରେ, କିଛି ଦିନ ହେବ ଏଣ୍ଡ୍ରି ଓ ଶିକ୍ଷକ ସର୍ଗଇ ଡେନିଲୋବଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହାପରେ ଶିକ୍ଷକ ସର୍ଗଇ ଏଣ୍ଡ୍ରିକୁ କଲେଜରୁ ବହାର କରିଦେବେ ବୋଲି ଧମକ ଦେଇଥିଲେ। ଏହି କାରଣୁ ବୋଧ ହୁଏ ଏଣ୍ଡ୍ରି ଏପରି କରିଥାଇ ପାରେ ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର