ସାହସୀ ଛାତ୍ର ହାବୁଡ଼ରେ ପଡ଼ିଲା ପିସ୍ତଲ ମୁନରେ ବାଇକ୍‌ ଲୁଟ୍‌ ପାଇଁ ଆସିଥିବା ଚୋର, ଭୟରେ ଓଲଟା ଧାଇଁଲା

ଦିଲ୍ଳୀ: ଜଣେ ଚୋରକୁ ଉଚିତ ଜବାବ ଦେଇ ଏବେ ଚର୍ଚ୍ଚାରେ ଅଛନ୍ତି ଦିଲ୍ଲୀର ଜଣେ ଛାତ୍ର। ସାହସୀ ଛାତ୍ର ଜଣକ ହେଉଛନ୍ତି କରଣ ଚୌଧୁରୀ। ରବିବାର ଦିଲ୍ଲୀର ସହଦରା ଅଞ୍ଚଳରେ ପେଟ୍ରୋଲ୍‌ ପମ୍ପ୍‌ଠାରେ ଜଣେ ଚୋର ଆସି ବନ୍ଧୁକ ମୁନରେ ଛାତ୍ର ଜଣଙ୍କୁ ଲୁଟ୍‌ କରିବାର ଉଦ୍ୟମ କରିଥିଲା। ମାତ୍ର କରଣ ନିଜର ସାହସ ଦେଖାଇ ଓଲଟା ଚୋରକୁ ଆକ୍ରମଣ କରି ନିଜକୁ ଲୁଟ୍‌ ହେବାରୁ ବଞ୍ଚାଇବା ପରେ ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚା ପାଲଟିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ହାତରେ ପିସ୍ତଲ ଧରିଥିବା ଚୋରକୁ ଖାଲି ହାତରେ ସାମ୍ନା କରିବାକୁ ଟିକେ ବି ପଞ୍ଚଘୁଞ୍ଚା ଦେଇନଥଲେ କରଣ।

କରଣ ସଂଧ୍ୟା ୬ଟା ନିଜ ଇନ୍‌ଷ୍ଟିଚିଉଟ୍‌ରୁ ଆସି ସହଦରା ଅଞ୍ଚଳରେ ଥିବା ପେଟ୍ରୋଲ୍‌ ପମ୍ପ୍‌ଠାରେ ଗାଡ଼ିରେ ତେଲ ପକାଇବା ପାଇଁ ଅଟକିଥିଲେ। ସେହି ସମୟରେ ଜଣେ ଚୋର ଆସି ବନ୍ଧୁକ ଦେଖାଇ କରଣଙ୍କୁ ତାଙ୍କର ମୋଟରସାଇକେଲ ଚାବି ମାଗିଥିଲା। ଏହି ସମୟର ପୂରା ଘଟଣା ପେଟ୍ରୋଲ୍‌ ପମ୍ପ୍‌ର ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଏହି ଘଟଣା ସଂପର୍କରେ କରଣ କହନ୍ତି, ‘ଚୋର ମୋତେ ଧମକାଇଲା ବେଳେ ମୁଁ ମୋ ବାଇକ୍‌କୁ ଟିକେ ପଛକୁ କରି ଲୋକଙ୍କ ସାହାଯ୍ୟ ମାଗିଥିଲି। ମାତ୍ର ସେଠାରେ ଥିବା ଲୋକ ମୋତେ ସାହାଯ୍ୟ କରିବା ପରିବର୍ତ୍ତେ ପଞ୍ଚଘୁଞ୍ଚା ଦେଇଥିଲେ। ମୁଁ ଚୋର ସହ ଏକୁଟିଆ ଲଢ଼ି ତା’ ହାତରୁ ପିସ୍ତଲ ଛଡ଼ାଇ ଆଣିବା ପରେ ସେ ସ୍ଥାନ ଛାଡ଼ି ପଳାଇ ଯାଇଥିଲା।’।

ସମ୍ବନ୍ଧିତ ଖବର