ଫୋନ ପାସୱାର୍ଡ ନଦେବାରୁ ବାଳକଙ୍କୁ ହତ୍ୟା କଲା ସାଙ୍ଗ

ନୂଆଦିଲ୍ଲୀ: ଫୋନ ପାସୱାର୍ଡ ନଦେବାରୁ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କୁ ପାର୍କରେ ସାଙ୍ଗ ତଣ୍ଟି ଚିପି ହତ୍ୟା କରିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ହତ୍ୟାକାରୀ ସାଙ୍ଗ ନାମ ମୟଙ୍କ ସିଂ ବୋଲି ଜଣାପଡ଼ିଛି।

ଏଭଳି ଏକ ଘଟଣା ଗତ ୨୧ ତାରିଖରେ ଦିଲ୍ଲୀର ପିତମପୁରା ଅଞ୍ଚଳରେ ଘଟିଥିଲା। ମୃତକଙ୍କ ପରିବାର ଲୋକଙ୍କ କହିବାନୁସାରେ, ପୁଅ ଖେଳିବାକୁ ଯାଉଛି କହି ଘରୁ ବାହାରିଥିଲା। ରାତି ହୋଇ ଯାଇଥିଲେ ହେଁ ଆଉ ଫେରି ନଥିଲା। ଏହାପରେ ପୁଲିସରେ ପୁଅ ନିଖୋଜ ଥିବା ଅଭିଯୋଗ ଦିଆଯାଇଥିଲା। ଏହି ଅଭିଯୋଗକୁ ଆଧାର କରି ପୁଲିସ ଖୋଜାଖୋଜି ଆରମ୍ଭ କରିଥିଲା। ଶେଷରେ ଦିଲ୍ଲୀର ପିତମପୁରା ପାର୍କରୁ ନାବାଳକ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ଘଟଣାସ୍ଥଳରୁ ଏକ ଟେଡି ବିୟସ ଓ ଡ୍ରଗ୍ସ ବି ପୁଲିସ ଜବତ କରିଛି।

ଏହାପରେ ପୁଲିସ ଉତ୍ତରପ୍ରଦେଶର ପିଲଖୁୱା ଅଞ୍ଚଳରୁ ଅଭିଯୁକ୍ତ ମୟଙ୍କକୁ ଗିରଫ କରିଥିଲା। ଗିରଫ ପରେ ସେ ହିଁ ସାଙ୍ଗକୁ ହତ୍ୟା କରିଥିବା ସ୍ବୀକାର କରିଥିଲା। ମୟଙ୍କର କହିବାନୁସାରେ, ସେ ସାଙ୍ଗ ଫୋନ ଧରି ପାସୱାର୍ଡ ମାଗିଥିଲା। କିନ୍ତୁ ତାହା ସେ ଦେବାକୁ ମନା କରି ଦେଇଥିଲା। ଏହାପରେ ରାଗରେ ସେ ପାଖରେ ପଡିଥିବା ପଥରେ ଆକ୍ରମଣ କରିବା ସହିତ ତଣ୍ଟି ଚିପି ହତ୍ୟା କରିଥିଲା।

ସମ୍ବନ୍ଧିତ ଖବର