ଭୋପାଲ: ମଧ୍ୟପ୍ରଦେଶର ଟିକାମଗଡ଼ ଜିଲ୍ଳାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍କୁଲ୍ ପରିସର ଭିତରେ ଗୀତ, ନାଚ ଓ ପାର୍ଟି ଚାଲୁଥିବାରୁ ସ୍କୁଲ୍ର ଛାତ୍ରଛାତୀମାନେ ଛାତ ଉପରେ ବସି ବାର୍ଷିକ ପରୀକ୍ଷା ଦେବା ପରି ଦୃଶ୍ୟ ଦେଖିବାକୁ ମିଳିଛି।
ସୂଚନା ମୁତାବକ, ସ୍କୁଲ୍ ପରିସରରେ ଭଲି ବଲ୍ ମ୍ୟାଚ୍ ବ୍ୟତୀତ ଗୀତ ଓ ନାଚ ଆଦି ଚାଲୁଥିବାରୁ ପିଲାମାନଙ୍କୁ ସ୍କୁଲ୍ ଛାତରେ ବସି ପରୀକ୍ଷା ଦେବାକୁ ପଡ଼ିଛି। ସବୁଠାରୁ ଘୃଣ୍ୟ କଥା ହେଉଛି ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ସେହି ଅଞ୍ଚଳର ବିଧାୟକଙ୍କ ଦ୍ୱାରା ପରିଚାଳିତ ହୋଇଯାଇଛି। ଏହାଛଡ଼ା ଜଣେ ଆଞ୍ଚଳିକ ନେତାଙ୍କ ଦେହାନ୍ତ ହେବା ପରେ ତାଙ୍କରି ସ୍ମୃତିରେ ବିଧାୟକମାନଙ୍କ ମଧ୍ୟରେ ଏକ ଟୁର୍ଣ୍ଣାମେଣ୍ଟ୍ ମଧ୍ୟ ଆୟୋଜିତ ହୋଇଯାଇଛି।
Shocker from MP: As students write their final exams, a local BJP MLA organised a 'cultural programme' & an 'MLA cup' tournament in memory of a deceased local Neta. Amidst the continuous chaos, students of this school in Tikamgarh have a hard time in writing their examinations. pic.twitter.com/UrHpASBzbt
— News18 (@CNNnews18) February 9, 2018
ସେ ସବୁ ଦୃଶ୍ୟର ଏକ ଭିଡିଓ ଭାଇରାଲ୍ ହେବା ପରେ ସତ୍ୟାସତ୍ୟ ପଦାକୁ ଆସିଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଦୁଇ ଜଣ ମହିଳା ଉଚ୍ଚ ସ୍ୱରରେ ସଂଗୀତ ବଜାଇ ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ଏ ସଂପର୍କରେ ଜିଲ୍ଲା ପ୍ରଶାସନରେ କେହି ଅଭିଯୋଗ କରିନାହାନ୍ତି ବୋଲି ସୂଚନା ରହିଛି।