ଦୁଷ୍କର୍ମର ଅଭିଯୋଗ ଆଣିଥିବା ମହିଳାଙ୍କୁ ବିବାହ କଲେ ମାଜିଷ୍ଟ୍ରେଟ୍‌

ଗୋରଖପୁର : ଉତ୍ତରପ୍ରଦେଶର ଜଣେ ସବ୍‌ ଡିଭିଜିନାଲ ମାଜିଷ୍ଟ୍ରେଟ୍‌ଙ୍କ କାମ ଏବେ ଚର୍ଚ୍ଚାରେ ରହିଛି । ତାଙ୍କ ଉପରେ ଯେଉଁ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ, ତାଙ୍କୁ ବିବାହ କରିବା ପରେ ଖବରଟି ଏବେ ଆଲୋଚନାର ବିଷୟବସ୍ତୁ ପାଲଟିଛି । ୪ବର୍ଷ ପର୍ଯ୍ୟନ୍ତ ଯେଉଁ କାମ କରିବାକୁ ପଛାଉ ଥିଲେ, ଗୋଟେ ଅଭିଯୋଗ ପରେ ସେ କାମ କରିଛନ୍ତି ସବ୍‌ ଡିଭିଜିନାଲ ମାଜିଷ୍ଟ୍ରେଟ୍‌ ଦିନେଶ କୁମାର ।

Image result for sub-divisional-magistrate-in-uttar-pradesh-marries-woman-who-accused-him-of-sexual-exploitation
India TV

ସୂଚନା ମୁତାବକ, ଗତ ଶୁକ୍ରବାର ପୀଡ଼ିତା ହାପୁର ସବ୍‌ ଡିଭିଜିନାଲ ମାଜିଷ୍ଟ୍ରେଟ୍‌ ଦିନେଶ କୁମାରଙ୍କ ନାଁରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ । ୪ବର୍ଷ ହେବ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ରଖି ଆସୁଥିବା ବେଳେ ଏ ନେଇ ପୀଡ଼ିତା ୨ଥର ଗର୍ଭପାତ କରାଇଥିବା ନେଇ ଅଭିଯୋଗ କରିଥିଲେ । ପୀଡ଼ିତାଙ୍କ ଅଭିଯୋଗ ପାଇ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଅନୀଲ କୁମାର ସିଂହ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଦୁହେଁ ଶୁକ୍ରବାର ମଧ୍ୟରାତ୍ରରେ ବିବାହ କରି ନେଇଥିଲେ । ସଦର ଏସ୍‌ଡିଏମ୍‌ ରାମକେଶ ଯାଦବ ଓ ହାଟ ଏସ୍‌ଡିଏମ୍‌ ପ୍ରମୋଦ ତିଓ୍ଵାରୀଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର