ମିଥ୍ୟା ଯୌନ ଶୋଷଣର ଅଭିଯୋଗରେ ବ୍ୟଥିତ ହୋଇ ଆତ୍ମହତ୍ୟା କଲେ ଜେନ୍‌ ପ୍ୟାକ୍ଟ ଇଣ୍ଡିଆର ଉପାଧ୍ୟକ୍ଷ

ନୋଏଡା: ଜେନ୍‌ ପ୍ୟାକ୍ଟ ଇଣ୍ଡିଆର ଉପାଧ୍ୟକ୍ଷଙ୍କ ବିରୋଧରେ ଆସିଥିଲା ଯୌନ ଶୋଷଣର ଅଭିଯୋଗ। ଏହାପରେ ତାଙ୍କୁ ଚାକିରି ହରାଇବାକୁ ପଡ଼ିଥିଲା। ଏହି ଦୁଃଖରେ ସେ ମାନସିକ ଭାରସାମ୍ୟ ହରାଇ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ସେ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ତାଙ୍କ ବିରୋଧରେ ଆସିଥିିବା ଯୌନ ଶୋଷଣ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା।
ପୁଲିସ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ ନୋଏଡାର ସେକ୍ଟର ୧୩୭ର ଏକ ଆପାର୍ଟମେଣ୍ଟରେ ସ୍ୱାମୀ ଓ ସ୍ତ୍ରୀ ରହୁଥିଲେ। ସେ ଦୁହେଁ ପ୍ରାୟ ଦୁଇ ବର୍ଷ ତଳେ ବିବାହ କରିଥିଲେ। ଆତ୍ମହତ୍ୟା କରିଥିବା ସ୍ୱାମୀ ୨୦୦୭ରେ ଜେନ୍‌ ପ୍ୟାକ୍ଟରେ ଚାକିରିରେ ଯୋଗ ଦେଇଥିଲେ। ନିଜର କର୍ମ କୁଶଳତା ହେତୁ ସେ କଂପାନିର ଉପାଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇଥିଲେ। ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କର ଘର ହରିଆନାରେ।

କଂପାନି ପକ୍ଷରୁ କୁହାଯାଇଛି ଯେ ଉପାଧ୍ୟକ୍ଷଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ତାଙ୍କୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଥିଲା। ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କର ବୟସ ୩୫ ବର୍ଷ ବୋଲି ଜଣାଯାଇଛି। ତେବେ ମୃତକଙ୍କ ପରିବାର ପକ୍ଷରୁ ପୁଲିସ ନିକଟରେ କୌଣସି ଅଭିଯୋଗ କରାଯାଇ ନାହିଁ।

ସମ୍ବନ୍ଧିତ ଖବର