ନୂଆଦିଲ୍ଲୀ: ଗୁଜୁରାଟର ସୁରଟରେ ଜଣେ ମହିଳା ଜୀବନ ହାରି ଦେବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି। ଜୀବନ ହାରିବା ପୂର୍ବରୁ ମହିଳା ନିଜ ହାତରେ ଆତ୍ମହତ୍ୟା ନୋଟ ଲେଖିଥିଲେ। ଯାହାକି ଆପଣ ଉପରୋକ୍ତ ଫଟୋ ଦେଖି ଜାଣି ପାରୁଥିବେ।

Advertisment

ସୂଚନାଯୋଗ୍ୟ, ଜୀବନ ହାରି ଦେଇଥିବା ମହିଳା  ସୁରଟର ଲିମ୍ବାୟତ ଅଞ୍ଚଳରେ ବସବାସ କରନ୍ତି। ସେ ତାଙ୍କ ସ୍ବାମୀଙ୍କୁ ନେଇ ବହୁତ ଚିନ୍ତାରେ ରହୁଥିଲେ। ମୃତ୍ୟୁ ପୂର୍ବରୁ ମହିଳା ନିଜ ହାତରେ ଲେଖିଥିଲେ, ‘ମୁଁ ବଞ୍ଚିବାକୁ ଚାହେଁ, କିନ୍ତୁ ମୋର ସ୍ବାମୀ ମୋତେ ବହୁତ ଅସୁବିଧାରେ ପକାଉଛି, ହଇରାଣ କରୁଛି, ଯେଉଁଥିପାଇଁ ମୁଁ ଜୀବନ ହାରିବାକୁ ବାଧ୍ୟ ହେଉଛି।’

ଜୀବନ ହାରି ଦେଇଥିବା ମହିଳାଙ୍କ ସ୍ବାମୀ ରିକ୍ସା ଟାଣିବା କାମ କରନ୍ତି। ଝାଡଖଣ୍ଡର ମହିଳା ସୁରଟର ଲିମ୍ବାୟତ ଅଞ୍ଚଳରେ  ନିଜ ସ୍ବାମୀ ପ୍ରବୀଣ ଗୋସ୍ବାମୀଙ୍କ ସହିତ ବସବାସ କରନ୍ତି। ମୃତ ମହିଳାଙ୍କ ଦୁଇଟି ସନ୍ତାନ ରହିଥିବା ବେଳେ ତାଙ୍କ ବିବାହକୁ ୮ବର୍ଷ ହୋଇଯାଇଛି।

ମହିଳା ଜଣକ ଅନେକ ସମୟ ଧରି ଘରୁ ବାହାରକୁ ନବାହାରିବା ଦେଖି ପଡ଼ିଶାଘର ଲୋକ ସନ୍ଦେହ କରିଥିଲେ। ଖୋଲା ଥିବା ଝରକା ପଟରୁ ଦେଖିବା ପରେ ମହିଳା ଫାଶୀ ଦେଇ ଦେଇଥିବା ଦେଖିବାକୁ ପାଇଥିଲେ ସେମାନେ।  ଏହାପରେ ସେମାନେ ପୁଲିସ ଓ ୧୦୮ନମ୍ବରକୁ ଫୋନ କରିଥିଲେ। ଖବର ପାଇ ଆମ୍ବୁଲାନ୍ସ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆମ୍ବୁଲାନ୍ସରେ ମହିଳାଙ୍କୁ ହସ୍ପିଟାଲ ନିଆ ଯାଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ବୋଲି ଘୋଷଣା କରିଥିଲେ। ପୁଲିସ ମହିଳାଙ୍କ ଆତ୍ମହତ୍ୟା ମାମଲା ରୁଜୁ ଯାଞ୍ଚ ଆରମ୍ଭ କରିଛି।