ମା’ ହତ୍ୟାକାରୀ ପୁଅ ଗିରଫ

ବରଗଡ଼: ବରଗଡ଼ ସଦର ଥାନା ଅନ୍ତର୍ଗତ ଧାଂଗେର ଗାଁରେ ରବିବାର ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଥିଲା। ଗାଁର ଯାଜ୍ଞସେନୀ ମହାପାତ୍ର (୬୦)ଙ୍କୁ ତାଙ୍କର ସାନପୁଅ ସୌରୀ ମହାପାତ୍ର ଆକ୍ରମଣ କରିଥିଲା। କୌଣସି କାରଣରୁ ମା’-ପୁଅ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୌରୀ ଆକ୍ରମଣ କରିବାକୁ ଯାଜ୍ଞସେନୀ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ପୁଣି ବୁର୍ଲା ମେଡିକାଲ୍‌ ନିଆଯାଇଥିଲା। କିନ୍ତୁ ବାଟରେ ଯାଜ୍ଞସେନୀଙ୍କ ମୃତ୍ୟୁ ଘଟିଥିଲା। ଏନେଇ ବଡ଼ପୁଅ ଗୌରୀ ମହାପାତ୍ର ସଦର ଥାନାରେ ଏତଲା ଦେଇଥିଲେ। ପୁଲିସ୍‌ କେସ୍‌ ନମ୍ବର ୧୧୬ ଦଫା ୩୦୨ ଆଇପିସିରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସୌରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର