ନୂଆଦିଲ୍ଲୀ: ପତ୍ନୀ ସୁନନ୍ଦା ପୁଷ୍କରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଶଶୀ ଥରୁରଙ୍କ ବିଚାର ପ୍ରକ୍ରିୟା ଫେବ୍ରୁଆରି ୨୧ରେ ଆରମ୍ଭ ହେବାକୁ ଯାଉଛି। ସାସଂଦ ଶଶୀ ଥରୁରଙ୍କ ନାମରେ ଥିବା ଅପରାଧୀକ ମାମଲାକୁ ସୋମବାର ସେସନ୍ କୋର୍ଟକୁ ପଠାଯାଇଛି।
ଅଦାଲତର ସହାୟତା କରିବା ପାଇଁ ବଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଦାୟର କରିଥିବା ଆବେଦନକୁ ପଟିଆଲା ହାଉସ୍ କୋର୍ଟ ଖାରଜ କରି ଦେଇଛନ୍ତି।
ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁର ୪ ବର୍ଷରୁ ଊର୍ଧ୍ୱ ସମୟ ପରେ ୨୦୧୮ ମସିହା ମେ ମାସରେ ଦିଲ୍ଲୀ ପୁଲିସ୍ ଶଶୀ ଥରୁର୍ଙ୍କ ଉପରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ମାମଲା ଲଗାଇଥିଲା।
/sambad/media/post_attachments/wp-content/uploads/2019/02/images-7.jpg)
ପତ୍ନୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଭାରତୀୟ ପିଙ୍ଗଳ ଧାରା ୩୦୬ ଅନୁଯାୟୀ ଶଶୀଙ୍କ ନାମରେ ୩,୦୦୦ ପୃଷ୍ଠାର ଏକ ଚାର୍ଜସିଟ୍ ଜାରି ହୋଇଥିଲା। ଜାରି ହୋଇଥିବା ଚାର୍ଜସିଟ୍କୁ ଶଶୀ ନିରର୍ଥକ କହିଥିଲେ।
ସେ କହିଥିଲେ କି ‘ସୁନନ୍ଦା ଏପରି ଜଣେ ମହିଳା ତାଙ୍କୁ ମୁଁ ତ କ’ଣ କୌଣସି ବି ବ୍ୟକ୍ତି ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ପାରିବ ନାହିଁ।’ ଶଶୀଙ୍କୁ ସେହିବର୍ଷ ଜୁଲାଇ ୭ ତାରିଖ୍ରେ ଜାମିନ୍ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/Sunanda_SIT_big.jpg)