୫୦୦ କାର୍‌ ଚୋରି କରି ପୁଲିସ୍‌କୁ ଫାଙ୍କିବାକୁ ପ୍ଲାଷ୍ଟିକ୍‌ ସର୍ଜରି କରାଇଥିବା ସୁପର୍‌ ଚୋର

ନୂଆଦିଲ୍ଲୀ: ବାସ୍ତବିକ ‘ସୁପର୍‌ ଚୋର’ର ଅଛି ଦି’ଟା ମୁହଁ। ପୁଲିସ ଜାଲରୁ ବର୍ତ୍ତିବା ପାଇଁ କୁନାଳ ୨୦୧୩ରେ ନିଜ ମୁହଁର ପ୍ଲାଷ୍ଟିକ୍‌ ସର୍ଜରି କରାଇଥିଲା। ତାକୁ ଦିଲ୍ଲୀ ପୁଲିସ ଉଠାଇ ନେବା ପୂର୍ବରୁ ସେ ଆଉ ଥରେ ପ୍ଲାଷ୍ଟିକ୍‌ ସର୍ଜରି କରି ନିଜ ମୁହଁ ବଦଳାଇବାକୁ ଯୋଜନା କରୁଥିଲା।

ଦିଲ୍ଲୀ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରୁ ୫୦୦ରୁ ଅଧିକ କାର୍‌ ଚୋରିରେ ସମ୍ପୃକ୍ତ ଥିବା କୁନାଳ ଓରଫ୍‌ ତାଞ୍ଜୁ ଅକ୍ଟୋବର ୧୩ ପର୍ଯ୍ୟନ୍ତ ପୁଲିସକୁ ଅତନ୍ଦ୍ର ରଖିଥିଲା। ସେହି ଦିନ ତାକୁ କାଲ୍‌କାଜିରୁ ଗିରଫ କରାଗଲା।

କୁନାଳକୁ ପଚାରା ଉଚୁରା ପରେ ତା’ର ଅନ୍ୟ ଦୁଇ ସହଯୋଗୀ ଇର୍‌ଶାଦ୍‌ ଏବଂ ମହମ୍ମଦ ଶାଦବଙ୍କ କଥା ପୁଲିସ ଦୃଷ୍ଟିକୁ ଆସିଥିଲା। ନିକଟ ଅତୀତରେ ସହରରୁ ଦୁହିଁଙ୍କୁ ଗିରଫ କରାଯାଇ ସେମାନଙ୍କ ଠାରୁ ୧୨ଟି କାର୍‌ ଉଦ୍ଧାର କରାଯାଇଥିଲା।

ଛୋଟ କାଟିଆ ଚୋରିରୁ ଜୀବନ ଆରମ୍ଭ କରି କୁନାଳ ସହସା ସୁପର୍‌ ଚୋର ଆଖ୍ୟା ପାଇ ପାରି ଥିଲା। ସେ ପୁଲିସକୁ କହିଛି ଯେ ୧୯୯୭ରେ ସେ ନିଜର ଆବଶ୍ୟକତା ପୂରଣ କରିବାକୁ ଘରୁ ଚୋରି କରିବା ଆରମ୍ଭ କରିଥିଲା।

ତା’ପରେ ସେ କୁସଙ୍ଗରେ ପଡ଼ି କାର୍‌ ଚୋରି କରିବା ଆରମ୍ଭ କଲା। ମୂଲ୍ୟବାନ କାର୍‌ ଚୋରିରୁ ଉପାର୍ଜିତ ଅର୍ଥରେ କୁନାଳ ଖୁବ୍‌ ବିଳାସବ୍ୟସନରେ ଜୀବନ ବିତାଉ ଥିଲା। ସେ ନିଶା ଔଷଧଖୋର୍‌ ମଧ୍ୟ ପାଲଟି ଯାଇଥିଲା।

Photo Courtesy of India Today

ଗତ କିଛି ବର୍ଷ ମଧ୍ୟରେ କୁନାଳ ନିଜର ଗ୍ୟାଙ୍ଗ୍‌ ତିଆରି କରି ସେମାନଙ୍କୁ ନିଜେ ତାଲିମ୍‌ ଦେଉଥିଲା। ଅପରାଧୀ ଘୋଷିତ ହେବା ପରେ ୨୦୧୨ରେ ସେ ନିଜ ମୁହଁର ପ୍ଲାଷ୍ଟିକ୍‌ ସର୍ଜରି କରାଇଥିଲା ଏବଂ ନିଜ ନାମ କୁନାଳରୁ ତାଞ୍ଜୁକୁ ପରିବର୍ତ୍ତ କରାଇଥିଲା।

ଯାହାହେଉ, ସେ ଗିରଫ ହୋଇ ସେ ଜାମିନ୍‌ରେ ମୁକୁଳି ଥିଲା। ତ୍ରାହି ପାଇବାକୁ ସେ ସିଆର୍‌ ପାର୍କ ଥାନା ହାଜତରେ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲା।

ସେତେବେଳ ପର୍ଯ୍ୟନ୍ତ ଦିଲ୍ଲୀ ପୁଲିସ ତା’ର ଯୁଗ୍ମ ପରିଚୟ ବିଷୟରେ କୌଣସି ଟେର୍‌ ପାଇ ନ ଥିଲା। ନିକଟରେ ପୁଲିସ ତାକୁ ପୁଣି ଥରେ ଗିରଫ କରିବା ପରେ ସେ ପ୍ଲାଷ୍ଟିକ୍‌ ସର୍ଜରି କରିଥିବାର ସତ୍ୟତା ଲୋକ ଲୋଚନକୁ ଆସିଥିଲା।

ଅକ୍ଟୋବର ୧୩ ତାରିଖ ଦିନ ପୁଲିସକୁ ସୂଚନା ମିଳିଲା ଯେ କୁନାଳ ଓରଫ୍‌ ତାଞ୍ଜୁ ଗୋଟିଏ କାର୍‌ ଚୋରି କରିବାକୁ କାଲ୍‌କାଜି ଯିବ। ଏକ ଟିମ୍‌ ଗଠନ କରାଯାଇ ନେହେରୁ ପାଲେସ୍‌ ଅନ୍ତର୍ଗତ ଲାଲା ଲଜ୍‌ପତ୍‌ ରାୟ ରୋଡ୍‌ରେ ଅବସ୍ଥିତ ଇରୋଜ୍‌ ହୋଟେଲ୍‌ ସମ୍ମୁଖରେ ଏକ ଜାଲ ବିଛା ଗଲା। କାର୍‌ ଅଟକାଇବାକୁ ଜଣେ ପୁଲିସ ଇସାରା ଦେଲାପରେ ବାରିକେଡ୍‌ ଦ୍ୱାରା ତୁରନ୍ତ ସେ ରାସ୍ତାକୁ ଅବରୋଧ କରାଗଲା ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହନ୍ତି।

ବାରିକେଡ୍‌ ଠାରୁ ୫୦ ମିଟର୍‌ ଦୂରରେ କାର୍‌ ଅଟକିଲା ଏବଂ ସେ ଦୌଡ଼ିବା ଆରମ୍ଭ କଲା। ପୁଲିସ ଟିମ୍‌ ତାକୁ ଗୋଡ଼ାଇ ଗୋଡ଼ାଇ ଧରିଲା।

ଆଇଟେ୍ଵଣ୍ଟି କାର୍‌ଟି ଫରିଦାବାଦ୍‌ର ସେକ୍ଟର୍‌ ୧୩ରୁ ଚୋରି ହୋଇଥିବା ଜଣା ପଡ଼ିଲା। ସେ କାର୍‌ର ଅସଲ ରେଜିଷ୍ଟ୍ରେସନ୍‌ ନମ୍ବର ଏଚ୍‌ଆର୍‌ ୫୧ ବିଡି ୦୦୪୨ ବୋଲି ମଧ୍ୟ ଜଣାପଡ଼ିଲା।

Representative Image Courtesy of Daily Mail

ଏହା ପରେ ଯାଇ ପୁଲିସ ଜାଣିଲା ଶାଲିମାର୍‌ ଗାର୍ଡେନ୍‌ ବାସୀ କୁନାଳ ଓ ତାଞ୍ଜୁ ଅଭିନ୍ନ।

ପଚରା ଉଚୁରାବେଳେ କୁନାଳ ସ୍ୱୀକାର କଲା ଯେ ଫେବ୍ରୁଆରି ମାସ ଠାରୁ ସେ ଦିଲ୍ଲୀ ରାଜଧାନୀ ଅଞ୍ଚଳରୁ ଶତାଧିକ କାର୍‌ ଚୋରାଇଛି।

କାର୍‌ ଚୋରି କରିବା ଠାରୁ ଆରମ୍ଭ କରି ତାକୁ ବିକ୍ରୟ କରିବା ଯାଏଁ ତିନୋଟି ସ୍ତର ରହିଛି।

ପ୍ରଥମେ କାର୍‌ ଚୋରମାନେ କାର୍‌ ଚୋରି କରିବେ। ତା’ପରେ ଇଞ୍ଜିନ୍‌ ନମ୍ବର୍‌ ଏବଂ ଚେସିସ୍‌ ନମ୍ବର ପରିବର୍ତ୍ତନ କରି ଗାଡ଼ିଟିକୁ ପୁନଃ ପଞ୍ଜିକରଣ କରିବାକୁ ନକଲି ଦଲିଲ୍‌ ପ୍ରସ୍ତୁତ କରିବାକୁ ମଧ୍ୟସ୍ଥି ଯୋଗାଡ଼ କରାଯିବ।

ତା’ପରେ ଦେଶର ବିଭିନ୍ନ ସ୍ଥାନରେ ଥିବା କାର୍‌ ଡିଲର୍‌ମାନେ ଏହି ଗାଡ଼ିକୁ ସାଧାରଣ ଗାଡ଼ି ଭାବେ ବିକ୍ରୟ କରନ୍ତି।

ଚୋରି କାର୍‌ଗୁଡ଼ିକୁ ଖୁବ୍‌ ଶୀଘ୍ର ଉଦ୍ଧାର କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର