ସୁରଟ ନାବାଳିକା ଦୁଷ୍କର୍ମ ଓ ହତ୍ୟା: ଦୋଷୀକୁ ମୃତ୍ୟୁଦଣ୍ଡାଦେଶ ଦେଲେ ଗୁଜରାଟ ହାଇକୋର୍ଟ

ଗାନ୍ଧୀନଗର: ସୁରଟରେ ଜଣେ ତିନି ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଗୁଜରାଟ ହାଇକୋର୍ଟ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି।

ଅଭିଯୁକ୍ତ ଅନୀଲ ଯାଦବଙ୍କ ଘର ବିହାର ଏବଂ ତାଙ୍କ ବୟସ ୨୦ରୁ ଅଧିକ ହେବ। ମୃତା ବାଳିକାଙ୍କ ପରିବାର ଲୋକେ ଅନୀଲଙ୍କୁ ଚିହ୍ନିଥିଲେ।

ଗତବର୍ଷ ଅକ୍ଟୋବର ମାସରେ ଯାଦବ ଝିଅଟି ସହ ଦୁଷ୍କର୍ମ କରି ତାକୁ ହତ୍ୟା କରିବା ପରେ ବିହାରକୁ ଚାଲିଯାଇଥିଲେ। କିନ୍ତୁ, ଖୁବ୍‌ ଶୀଘ୍ର ସେଠାରେ ତାଙ୍କୁ ଗିରଫ କରାଯାଇଥିଲା।

Image Source: Devdiscource

ନିଖୋଜ ନାବାଳିକାଜଣକୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। ଶେଷରେ ଗୋଟାଏ ବନ୍ଦ କୋଠାଘର ଭିତରୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ପଶିଥିବା ତା’ର ଶବ ଉଦ୍ଧାର କରାଯାଇଥିଲା।

ପରେ ପରେ ସୁରଟର ଏକ ସ୍ୱତନ୍ତ୍ର ଅଦାଲତ ଅନୀଲଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ୩୮ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଏବଂ ପାରିପାର୍ଶ୍ୱିକ ପ୍ରମାଣକୁ ଆଧାର କରି ସ୍ୱତନ୍ତ୍ର ଅଦାଲତ ତାଙ୍କ ପ୍ରତି ଦଣ୍ଡ ବିଧାନ କରିଥିଲେ।

ସମ୍ବନ୍ଧିତ ଖବର