ନୂଆଦିଲ୍ଲୀ: ହରିୟାଣାର ରୋହତକରେ କଂଗ୍ରେସ ନେତ୍ରୀ ହିମାନୀ ନରୱାଲଙ୍କୁ ହତ୍ୟା କରାଯାଇଥିଲା ଏବଂ ତାଙ୍କ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ଫିଙ୍ଗି ଦିଆଯାଇଥିଲା। ସେବେଠାରୁ ପୁଲିସ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଖୋଜୁଥିଲା। ଏବେ ପୁଲିସ ସଚିନ ନାମକ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହରିୟାଣାର ବାହାଦୁରଗଡ଼ର ବାସିନ୍ଦା। ପୁଲିସ ପଚରାଉଚରା ସମୟରେ ଅଭିଯୁକ୍ତ ଅନେକ ବଡ଼ ଖୁଲାସା କରିଛି। ସେ କାହିଁକି ହିମାନୀଙ୍କୁ ହତ୍ୟା କଲା ତାହା ଜଣାଇଛି।
ନିଜକୁ ହିମାନୀଙ୍କ ପ୍ରେମିକ ବୋଲି କହି ସଚିନ ଖୁଲାସା କରିଛି ଯେ, "ହିମାନୀ ମୋତେ ବ୍ଲାକମେଲ୍ କରୁଥିଲେ। ଟଙ୍କା ପାଇଁ ସେ ମୋତେ ଧମକାଉଥିଲେ। ପୂର୍ବରୁ ସେ ମୋଠାରୁ ଅନେକ ଟଙ୍କା ଦେଇ ସାରିଥିବା ବେଳେ ଆହୁରି ଟଙ୍କା ଦେବାକୁ କହୁଥିଲେ। ଏଥିରେ ବିରକ୍ତ ହୋଇ ମୁଁ ତାଙ୍କୁ ରୋହତକରେ ଥିବା ତାଙ୍କ ଘରେ ତାଙ୍କୁ ହତ୍ୟା କଲି। ଏହା ପରେ ଏକ ସୁଟକେସରେ ଭର୍ତ୍ତି କରି ବସ୍ ଷ୍ଟାଣ୍ଡରେ ରଖି ଦେଇଥିଲି।"
ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତା ହିମାନୀ ନରୱାଲଙ୍କ ହତ୍ୟା ପରେ, ମୃତଦେହକୁ ଏକ ସୁଟକେସରେ ରଖି ଫିଙ୍ଗି ଦିଆଯାଇଥିଲା। ସ୍ଥାନୀୟ ଲୋକମାନେ ନୀଳ ସୁଟକେସ୍ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଏହା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଟକେସ୍ ଖୋଲିବାରୁ ସେଥିରେ ହିମାନୀ ନରୱାଲଙ୍କ ମୃତଦେହ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/03/03/9SVMCDhSjS6CLhuatLgS.jpg)