ଇସ୍ଲାମବାଦ୍: ପାକିସ୍ତାନ ଇଣ୍ଟର-ସର୍ଭିସ ଇଣ୍ଟେଲିଜେନ୍ସ(ଆଇଏସ୍ଆଇ)ର ଜଣେ ସନ୍ଦିଗ୍ଧ ଏଜେଣ୍ଟ୍ ଶୁକ୍ରବାର ରାତିରେ ଉତ୍ତରପ୍ରଦେଶ ପୁଲିସ୍ ହାତରେ ବୁଲନ୍ଦରସର୍କୁ ଗିରଫ ହୋଇଛି। ସନ୍ଦିଗ୍ଧ ଏଜେଣ୍ଟ୍ ଜଣକ ମହମ୍ମଦ ଜହିଦ୍ ବୋଲି ଜାଣିବାକୁ ମିଳିଛି। ପାକିସ୍ତାନୀ ଗୁପ୍ତଚର ଏଜେନ୍ସିକୁ ସେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଉଥିବା ସନ୍ଦେହ କରାଯାଉଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପୁଲିସ୍ ଜହିଦ୍ଙ୍କ ନିକଟରେ ଥିବା ପ୍ରତିବନ୍ଧିତ ଅଞ୍ଚଳର ଗୋପନୀୟ ଦସ୍ତାବିଜ୍ ଓ ନକ୍ସା ଜବତ କରିଛି। ଜିଲ୍ଲାର ଖୁର୍ଜା ସହରରୁ ଜଣେ ବ୍ୟକ୍ତି ଆଇଏସ୍ଆଇ ଏଜେଣ୍ଟ୍ ଭାବେ ବିଭିନ୍ନ ମାଧ୍ୟମ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍, ପ୍ରତିବନ୍ଧିତ ମାନଚିତ୍ର ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଠାଉଥିବା ଖବର ପାଇବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା।
ପୁଲିସ୍ ମହମ୍ମଦ ଜହିଦକୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ ମୋବାଇଲ୍ ଫୋନ୍, ଭୋଟର ଆଇକାର୍ଡ, ଆଧାରକାର୍ଡ ଏବଂ ୨,୫୪୦ ଟଙ୍କା ଜବତ କରିଛି। ସୂଚନାରୁ ଜାଣିବାକୁ ମିଳିଛି ଯେ ଜହିଦ୍ ଦେଉଛନ୍ତି ବୁଲନ୍ଦରସରର ବାସିନ୍ଦା। ସେ ତାଙ୍କ ସଂପର୍କୀୟଙ୍କୁ ଭେଟିବା ପାଇଁ ଅତୀତରେ ଦୁଇ ଥର ପାକିସ୍ତାନ ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/731026-isi-agent-ani.jpg)