ରାସ୍ତାରେ ଡ୍ରମ ବଜାଉଥିବା ଶିଶୁ ମୁହଁରେ ଉପବାଚସ୍ପତି ପୂରାଇ ଦେଲେ ୫୦୦ଟଙ୍କିଆ ନୋଟ: ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ତେଲେଙ୍ଗାନା ଉପବାଚସ୍ପତିଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ସେ ବିବାଦ ଘେରକୁ ଚାଲି ଆସିଛନ୍ତି। ତେଲେଙ୍ଗାନା ବିଧାନସଭାର ଉପାଧ୍ୟକ ଟି ପଦ୍ମା ରାଓଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ସେ ଭିଡିଓରେ ଶିଶୁ ମୁହଁରେ ୫୦୦ ଟଙ୍କିଆ ନୋଟ ପୂରାଇ ଦେଉଥିବା ନଜର ଆସୁଛନ୍ତି।

କୁହାଯାଉଛି କି ଏହି ଭିଡିଓ ସିକନ୍ଦରବାଦର ବୋନାଲୁ ଉତ୍ସବ ସମୟର। ଟି ପଦ୍ମା ରାଓ ସିକନ୍ଦରାବାଦର ବିଧାୟକ। ବୋନାଲୁ ଉତ୍ସବ ସମୟରେ ଜଣେ ଶିଶୁଟି ଡ୍ରମ ବଜାଇଉଥିଲା। ଏହି ସୟରେ ଟି ପଦ୍ମା ରାଓ ଶିଶୁର ଡ୍ରମ ବଜାଇବାରେ ଖୁସି ହୋଇ ତାର ମୁହଁରେ ପାଞ୍ଚ ଟଙ୍କିଆ ନୋଟକୁ ପୂରାଇ ଦେଇଥିଲେ। ଶିଶୁଟି ଏହାପରେ ବି ଡ୍ରମ ବଜାଇବା ସେମିତି ଜାରି ରଖିଥିଲା ରାଓ ସେଠାରେ ସେମିତି ଛିଡା ହୋଇଥିଲେ। ତାଙ୍କର ଏଭଳି କାମ ପାଇଁ ଖୁବ୍‌ ଆଲୋଚନା ହେଉଛି।

ଲୋକଙ୍କ କହିବାନୁସାରେ, ଏପରି କରିବା ଦ୍ୱାରା ଏହି ଶିଶୁର ନିଶ୍ୱାସ-ପ୍ରଶ୍ୱାସ ଅଟକି ଜୀବନ ଚାଲିଯିବାର ସମ୍ଭାବନା ବି ରହିଥିଲା। ଶିଶୁ ମୁହଁରୁ କେହି ବି ଏହି ନୋଟକୁ କାଢ଼ି ନ ଥିଲେ।

ଏହି ଘଟଣାକୁ ନେଇ ରାଓ କହନ୍ତି, ସେ କିଛି ଭୁଲ କରି ନାହାନ୍ତି। ଶିଶୁର ଡ୍ରମ ବଜାଇବାରେ ସେ ଖୁସି ହୋଇ ତାକୁ ପୁରସ୍କାର ଦେଇଛନ୍ତି। ଯଦି ନୋଟକୁ ଜଳାଇ ଥାଆନ୍ତେ କିମ୍ବା ନଷ୍ଟ କରି ଦେଇଥାଆନ୍ତି ତେବେ ତାହା ଅପରାଧ ହୋଇ ଥାଆନ୍ତା।

ସମ୍ବନ୍ଧିତ ଖବର