ବେଜିଂ: ସମୟ ସମୟରେ ଆଶ୍ଚର୍ଯ୍ୟଜନକ ଘଟଣାମାନ ସାମ୍ନକୁ ଆସି ଥାଏ। ପୁଲିସ୧୦୦ ଟଙ୍କାର ଦହି ଚୋରି କରିଥିବା ଅଭିଯୁକ୍ତକୁ ଧରିବା ପାଇଁ ୪୨ ହଜାର ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି।
ଏଭଳି ଏକ ଘଟଣା, ଚୀନର କଲଚରାଲ ୟୁନିଭର୍ସିଟିରେ ପଢୁଥିବା ଜଣେ ମହିଳା ନିଜ ୫ ଜଣ ସହଯୋଗୀଙ୍କ ସହ ଷ୍ଟୁଡେଣ୍ଟ ହାଉସରେ ରହୁଥିଲେ । ଦିନେ ସେ ନିଜ ଦହି ଡବା ଖୋଜିବାରୁ ତାଙ୍କୁ ମିଳି ନଥିଲା। ସେ ଦହି ଡବା ଖୋଜିବା ପାଇଁ ସେଠାରେ ଥିବା ଡଷ୍ଟବିନର ଛାନବିନ କରିବା ପରେ ତାଙ୍କୁ ସେଥିରେ ଦହିର ପ୍ୟାକେଟ ମିଳିଥିଲା।
/sambad/media/post_attachments/wp-content/uploads/2018/12/download-2-6.jpg)
ଏନେଇ ମହିଳା ଜଣକ ଥାନାରେ ମାମଲା ରୁଜୁ କରିଥିଲେ । ପୁଲିସ ତଦନ୍ତ ବେଳେ ପ୍ୟାକେଟ ଉପରେ ଅଭିଯୁକ୍ତର ଆଙ୍ଗୁଠିର ଚିହ୍ନ ମିଳି ନଥିଲା । କାରଣ ଦହି ପ୍ୟାକେଟଟି ସେ ସମୟରେ ଓଦା ଥିଲା । ଏଭଳି ପରିସ୍ଥିତିରେ ମହିଳା ଜଣକ ପୁଲିସ ଟିମକୁ ଫରେନସିକ ଟିମର ସହାୟତା ନେବାକୁ ପରାମର୍ଶ ଦେଇଥିଲେ ।
ଫରେନ୍ସିକ ଯାଞ୍ଚର ମଞ୍ଜୁରୀ ମିଳିବା ପରେ ମହିଳାଙ୍କ ସମେତ ୬ ଜଣଙ୍କ ଡିଏନଏ ଟେଷ୍ଟ କରାଯାଇଥିଲା । ଡିଏନଏ ଟେଷ୍ଟର ରିପୋର୍ଟ ଆସିବା ପରେ ପୁଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା । ସୂଚନା ଯେ, ପ୍ରତ୍ୟେକ ମହିଳାଙ୍କ ଡିଏନଏ ଟେଷ୍ଟ ପାଇଁ ପୁଲିସକୁ ୩ ହଜାର ତାଇବାନୀ ଡଲାର(୭୦୦୦ଟଙ୍କା) ଖର୍ଚ୍ଚ କରିବାକୁ ପଡିଥିଲା । ତେବେ ମୋଟ ୬ ଜଣଙ୍କ ଡିଏନଏ ଟେଷ୍ଟ ପାଇଁ ବିଭାଗ ମୋଟ ୪୨ ହଜାର ଟଙ୍କା ଖର୍ଚ୍ଚ କରିଛି । ମୁଖ୍ୟ ଅଭିଯୁକ୍ତର ସୂଚନା ମିଳିବା ପରେ ତା’ ଉପରେ ଚୋରି ମାମଲା ରୁଜୁ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/download-29.jpg)