ନୂଆଦିଲ୍ଲୀ: ‘ଶୋଇଥିବା ବାଘକୁ ଉଠାଇବା କଥା ନୁହେଁ’ ବୋଲି କଥାରେ ରହିଛି। ଯଦି କେହି ଶୋଇଥିବା ବାଘକୁ ଉଠାଇ ଦିଅନ୍ତି ତେବେ ଅବସ୍ଥା କେତେ ଭୟାବହ ହୋଇପାରେ ତାହା ନିକଟରେ ଦେଖିବାକୁ ମିଳିଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓକୁ ଦେଖି ଲୋମମୂଳ ଟାଙ୍କୁରି ଉଠିଛି। ଏହି ଭିଡିଓକୁ ଆଇପିଏସ ରୁପିନ ଶର୍ମା ନିଜର ଅଧିକାରିକ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି।
ଏହି ଭିଡିଓରେ ଦେଖିବାକୁ ମିଳୁଛି ରାସ୍ତାପାର୍ଶ୍ବରେ ଥିବା ଏକ ଗାଢ଼ାରେ ବାଘଟିଏ ପଡ଼ି ଯାଇଛି। ସେ ଉଠି ନପାରି ସେଠାରେ ହିଁ ଶୋଇ ରହିଛି। ଆଉ ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ବାଘକୁ ଏଭଳି ଅବସ୍ଥାରେ ଦେଖି ଭିଡ଼ ଜମାଇ ଦେଇଛନ୍ତି। କେହିକେହି ବାଘକୁ ଦୂରରୁ ଛିଡ଼ା ହୋଇ ଦେଖୁଥିବା ବେଳେ ଆଉ କେହି ବାଘର ଅତି ନିକଟକୁ ଆସି ଫଟୋ ଓ ଭିଡିଓ କରୁଥିଲେ।
And ...
Then we blame the animals 😢😢😢😢😢
We are looking for too many #photography opportunities.
Let them live in peace , pls.@SudhaRamenIFS@ParveenKaswan@susantananda3pic.twitter.com/ODkAVhR9WM
— Rupin Sharma IPS (@rupin1992) July 2, 2021
ଏତିକି ବେଳେ କେହି କିଛି ବୁଝିବା ପୂର୍ବରୁ ବାଘଟି ଜଣେ ବ୍ୟକ୍ତିଙ୍କ ଉପରକୁ ଆକ୍ରମଣ କରିଥିଲା। ସୌଭାଗ୍ୟବଶତଃ ସେ ବାଘ କବଳରୁ ମୁକୁଳି ଯାଇଥିଲେ। ବାଘ ଆକ୍ରମଣରେ ସେ ସାମାନ୍ୟ କ୍ଷତାକ୍ତ ହୋଇଥିଲେ ହେଁ ତାଙ୍କ ଜୀବନ ରକ୍ଷା ପାଇ ଯାଇଛି। ୧୭ ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।