ଟରୋଣ୍ଟ: ଗାଡ଼ି ଚାଳାଇବା ବେଳେ ରହିଥିବା ବିଭିନ୍ନ ସଡ଼କ ସୁରକ୍ଷା ନିୟମ ମାନିବା ପ୍ରତ୍ୟେକ ଚାଳକଙ୍କ କର୍ତ୍ତବ୍ୟ। ସଡ଼କ ନିୟମ ନ ମାନିବା ହେତୁ ଅନ୍ୟ କେହି ନୁହେଁ ବରଂ ପ୍ରଥମେ ସେଇ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି, ଯିଏ ନିୟମ ଭଙ୍ଗ କରିଥାନ୍ତି। କଣ୍ଣାଟକର ଜଣେ ବ୍ୟକ୍ତି ନିଜ ଷ୍ଟିଅରିଂ ହୁଇଲ ଉପରେ ଗୋଟାଏ ଆଇଫୋନ୍ ସହ ଏକ ସାମ୍ସଙ୍ଗ୍ ଟ୍ୟାବ୍ଲେଟ୍ ରଖି ଗାଡ଼ି ଚଳାଉଥିବା ଅଭିଯୋଗରେ ପୁଲିସ୍ ତାଙ୍କୁ ଗିରଫ କରିଛି। କେବଳ ଗିରଫ ନୁହେଁ, ତାଙ୍କ ଉପରେ ଜରିମାନା ମଧ୍ୟ କରାଯାଇଛି।
Can’t make it up. Guy had iPad and cell phone attached by strings on steering wheel while driving! Yes, that’s his ticket he’s holding. pic.twitter.com/h5WoA2ac87
— @VPDTraffic (@VPDTrafficUnit) November 15, 2017
ବ୍ୟକ୍ତି ଜଣକ ଗାଡ଼ି ଚଳାଉଥିବା ସମୟରେ ହେଡ୍ଫୋନ୍ ଦେଇଥିବା ପୁଲିସ୍ ଦେଖିବାକୁ ପାଇଲା। ପୁଲିସ୍ ଯାଇ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମାଗିବାରୁ ସେ ତାହା ମଧ୍ୟ ଦେଇପାରି ନଥିଲେ। ଗାଡ଼ି ଚଳାଉଥିବା ବେଳେ ଅନ୍ୟମନସ୍କ ହୋଇ ଫୋନ୍ରେ ବ୍ୟସ୍ତ ରହିବା ଏବଂ ପାଖରେ ଡ୍ରଇଭିଂ ଲାଇସେନ୍ସ ନ ରଖିବା ଅଭିଯୋଗରେ ପୁଲିସ୍ ତାଙ୍କୁ ଗିରଫ କରିଛି।
ଜାଣିରଖନ୍ତୁ, ଜଣେ ଗାଡ଼ି ଚାଳକ ୪ ସେକେଣ୍ଡ ମଧ୍ୟରେ ପ୍ରାୟ ୫୦ ମିଟର ରାସ୍ତା ଅତିକ୍ରାନ୍ତ କରିଥାନ୍ତି। ତେଣୁ, ସାମାନ୍ୟତମ ଅନ୍ୟମନସ୍କତା ଖୁବ୍ ବଡ଼ ଦୁର୍ଘଟଣାର ସାମ୍ନା କରାଇପାରେ।