ଶିଶୁର ଚିକିତ୍ସା ଅର୍ଥ ନଥିବାରୁ ବାପା-ମା’ଙ୍କୁ ଭୋଗିବାକୁ ପଡ଼ିଲା ଜେଲଦଣ୍ଡ, କାରଣ ଜାଣନ୍ତୁ

ଓ୍ଵାସିଂଙ୍ଗଟନ୍‌: ଆମେରିକାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଦଭବ ଦମ୍ପତିି ନିଜ ଶିଶୁକୁ ଅବହେଳା କରିବା ସହିତ ନିର୍ଯାତନା ଦେବା ନେଇ ଅଭିଯୋଗ ହୋଇଥିଲା। ଗୁରୁବାର ଏହି ମାମଲାରେ ତାଙ୍କର ଜାମିନ୍‌ ମଞ୍ଜୁରି ମିଳି ଯାଇଛି। ଏହି ଦମ୍ପତିକୁ ଗତ ସପ୍ତାହ ଶୁକ୍ରବାର ଗିରଫ କରାଯାଇଥିଲା।

ଗିରଫ ପୂର୍ବରୁ ଦମ୍ପତିି ଫ୍ଲୋରିଡା ପ୍ରାନ୍ତର ବ୍ରୋଓ୍ଵାର୍ଡ କାଉଣ୍ଟିର ଏକ ହସ୍‌ପିଟାଲରେ ନିଜର ଶିଶୁକୁ ଧରି ପହଞ୍ଚିଥିଲେ। ଅଧିକାରୀଙ୍କ ମୁତାବକ, ଶିଶୁର ବାମ ବାହୁରେ ଆଘାତ ଲାଗିଥିଲା। ଅଧିକାରୀ ଦମ୍ପତିିଙ୍କୁ ଶିଶୁର ପାଳନ ପୋଷଣ ପ୍ରତି ଅବହେଳା କରିଥିବା ନେଇ ପଚରାଉଚରା କରିଥିଲେ।

କେବଳ ଏତିକି ନୁହେଁ ଅଧିକାରୀ ଦମ୍ପତିଙ୍କୁ ପ୍ରଶ୍ନ ଉଠାଇଥିଲେ କି ଡାକ୍ତରଙ୍କ ବିନା ଅନୁମତିରେ ସେମାନେ ହସ୍‌ପିଟାଲରୁ କାହିଁକି ଶିଶୁକୁ ନେବାକୁ ଚେଷ୍ଟା କରିଥିଲେ। ଦମ୍ପତ୍ତିଙ୍କ କହିବାନୁସାରେ ହସ୍‌ପିଟାଲ ଚିକିତ୍ସା ପାଇଁ ଏତେଗୁଡ଼ିକଏ ଚାର୍ଜ ଲଗାଉଥିବାରୁ ଶିଶୁକୁ ହସ୍‌ପିଟାଲରୁ ନେବାକୁ ସେମାନେ ଚାହିଁଥିଲେ। ଏହା ପରେ ଅଧିକାରୀ ଉକ୍ତ ଦମ୍ପତିଙ୍କ ବିରୋଧରେ ଶିଶୁର ଯତ୍ନରେ ଅବହେଳା କରୁଥିବା ନେଇ ମାମଲା ରୁଜୁ କରି ଗିରଫ କରିଥିଲେ। ଏଥିସହିତ ଶିଶୁ ସଂରକ୍ଷଣ ସେବାକୁ ଶିଶୁକୁ ହସ୍ତାନ୍ତର କରି ଦେଇଥିଲେ। ଶିଶୁ ଆଗାମୀ ଛଅମାସ ପର୍ଯ୍ୟନ୍ତ ଏଠାରେ ହିଁ ରହିବ। ଏବେ ଏହି ଦମ୍ପତ୍ତିକୁ ଶିଶୁକୁ ପାଳିବାର ଅଧିକାର ମିଳିବ ନାହିଁ।

ତାମିଲନାଡୁର ନାଗରିକ ପ୍ରକାଶ ସେତୁ ଓ ମାଲା ପନିରସେଲବମ୍‌କୁ ଅଧିକାରୀ ଗିରଫ କରିବା ପରେ କୋର୍ଟ ଲୋଡରଡେଲସ୍ଥିତ ଜେଲକୁ ପଠାଇ ଦେଇଥିଲେ। ସେଠାରେ ଜରିମାନା ପୈଠ କରିବା ପରେ ଦମ୍ପତିଙ୍କୁ ଛାଡି ଦିଆଯାଇଥିଲା। ପ୍ରଥମେ ଦମ୍ପତିଙ୍କ ଉପରେ ଜରିମାନା ରାଶି ୧କୋଟି ୨୬ଲକ୍ଷ ଟଙ୍କା ଲଗା ଯାଇଥିଲା, ପରେ ଏହି ରାଶିକୁ ହ୍ରାସ କରି ୧୮ଲକ୍ଷ ୯୫ ହଜାର କରି ଦିଆଯାଇଥିଲା।

ସମ୍ବନ୍ଧିତ ଖବର