ତାମିଲନାଡୁ: ତାମିଲନାଡୁର ତିରୁନେଲବେଲି ଜିଲ୍ଲାରେ ବସବାସ କରୁଥିବା ବୃଦ୍ଧ ଦମ୍ପତିଙ୍କ ଘରକୁ କେତେଜଣ ଦୁର୍ବୃତ୍ତ ଚୋରି କରିବାକୁ ଆସିଥିଲେ। ବୃଦ୍ଧ-ବୃଦ୍ଧା ଦୁହେଁ ଚୋରକୁ ଏମିତି ମଜା ଚଖାଇଛନ୍ତି କି ସେମାନେ ଆଗକୁ ଚୋରି କରିବା ପୂର୍ବରୁ ଥରେ ଭାବିବାକୁ ଚିନ୍ତା କରିବେ।

Advertisment

ସୂଚନାଯୋଗ୍ୟ, ୨୦୧୯ ମସିହା ଅଗଷ୍ଟ ୧୧ ତାରିଖ ରାତିରେ ୭୫ବର୍ଷର ଜଣେ ବୃଦ୍ଧ ବ୍ୟକ୍ତି ଘର ବାହାରେ ବସିଥିଲେ। ସେହି ସମୟରେ ହଠାତ କିଛି ଦୁର୍ବୃତ୍ତ ପଛପାର୍ଶ୍ୱରୁ ଆସି ବୃଦ୍ଧଙ୍କ ଉପରକୁ ଆକ୍ରମଣ  କରିଥିଲେ। ଏହି ସମୟରେ ସେ ଜଣେ ଦୁର୍ବୃତ୍ତକୁ ନିଜ ସାମ୍ନାକୁ ଟାଣି ଆଣି ଲଢ଼େଇ କରିଥିଲେ। ଏହା ଦେଖି ତାଙ୍କ ୬୮ବର୍ଷୀୟ ପତ୍ନୀ ବାହାରକୁ ବାହାରି ଆସିଥିଲେ। ଏହାପରେ ବୃଦ୍ଧ-ବୃଦ୍ଧା ଦୁହେଁ ଦୁର୍ବୃତ୍ତଙ୍କୁ ସାମ୍ନା କରିବା ପାଇଁ ଚୌକି ଓ ଚପଲ ଆଦି ସେମାନଙ୍କ ଉପରେ ଫିଙ୍ଗିଥିଲେ।

publive-image gulfnews

ଘରେ ପଶିଥିବା ଦୁର୍ବୃତ୍ତଙ୍କ ପାଖରେ ଧାରୁଆଅସ୍ତ୍ର ଥିଲା, ଏହା ସତ୍ତ୍ୱେ ବି ବୃଦ୍ଧ ଦମ୍ପତ୍ତି ସାହାସ ଦେଖାଇ ଥିଲେ। ଦୁହେଁ ଷ୍ଟୁଲ, ଚେୟାର ଫୋପାଡି ଚୋରଙ୍କୁ ଘଉଡ଼ାଇ ଦେଇଥିଲେ। ଶେଷରେ ଚୋର ବି ଭୟଭୀତ ହୋଇ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ଏହି ଦମ୍ପତ୍ତିଙ୍କ ଏଭଳି ସାହାସ ଦେଖି ଦୁର୍ବୃତ୍ତ ସାଥୀରେ ଆଣିଥିବା ଅସ୍ତ୍ରକୁ ବି ବାହାର କରି ପାରି ନ ଥିଲେ।

ଏହି ପୂରା ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କୈଦ ହୋଇଯାଇଛି। ଯିଏ ବି ଏହି ଭିଡିଓକୁ ଦେଖିଛନ୍ତି ବୃଦ୍ଧ ଦମ୍ପତ୍ତିଙ୍କ ସାହାସ ଓ ଆତ୍ମବିଶ୍ୱାସକୁ ଭୁରିଭୁରି ପ୍ରଶଂସା କରିଛନ୍ତି।  ଏହି ସିସିଟିଭି ଫୁଟେଜ ମାଧ୍ୟମର କଡୟମ ପୁଲିସ ଦୁଇଜଣ ଦୁର୍ବୃତ୍ତଙ୍କ ପରିଚୟ ପାଇ ପାରିଛି। ଖୁବ୍‌ଶୀଘ୍ର ଏହି ଦୁହିଁଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।