ଚେନ୍ନାଇ: : ଘରୁ ୨୦୦କିମି ଯାଇ ଜୀବନ ହାରିଲେ ପରିବାରର ୫ସଦସ୍ୟ | ଏକ କାର ଭିତରୁ ମିଳିଲା ୫ଜଣକ ମୃତଦେହ | ଆତ୍ମହତ୍ୟା ପଛର କାରଣ ଜଣାପଡ଼ିନଥିବା ବେଳେ ବିଷ ପିଇ ୫ଜଣ ଜୀବନ ହାରିଥିବା ଜଣାଯାଇଛି | ତାମିଲନାଡୁର ପୁଡୁକୋଟାଇ ଜିଲ୍ଲାରେ ମୃତଦେହ ମିଳିଥିବା ସାମ୍ନାକୁ ଆସିଛି | 

Advertisment

ସୂଚନା ମୁତାବକ, ବୁଧବାର ସକାଳେ କାରଟି ତ୍ରିଚି-କରାଇକୁଡି ଜାତୀୟ ରାଜପଥରେ ପାର୍କିଂ ହୋଇଥିବା ଦେଖିବାକୁ ମିଳିଥିଲା। ମଙ୍ଗଳବାର ସନ୍ଧ୍ୟାଠାରୁ ନାମନାସାମୁଦ୍ରନଠାରେ କାରଟି ପାର୍କ ହୋଇଥିବାରୁ ସ୍ଥାନୀୟ ଲୋକମାନେ ପୁଲିସକୁ ଏବିଷୟରେ ଜଣାଇଥିଲେ । ପୁଲିସ ପହଞ୍ଚିବା ପରେ ଭିତରୁ ୫ଜଣକ ମୃତଦେହ ଉଦ୍ଧାର କରିଥିଲା | 

ମୃତକମାନେ ହେଲେ, ୫୦ବର୍ଷ ବୟସ୍କ ବ୍ୟବସାୟୀ ମଣିକନ୍ଦନ, ତାଙ୍କ ପତ୍ନୀ ନିତ୍ୟା, ମା' ସରୋଜା ଏବଂ ସେମାନଙ୍କର ଦୁଇ ପିଲା। ସେମାନେ ସାଲେମର ବାସିନ୍ଦା ଥିଲେ, ଯାହା ସହରଠାରୁ ପ୍ରାୟ ୨୦୦କିଲୋମିଟର ଦୂରରେ ଥିଲା | 

କାର ଭିତରୁ ଏକ ନୋଟ ମିଳିଥିଲେ ବି ପୁଲିସ ଏହା ବିଷୟରେ କିଛି ଜଣାଇ ନାହିଁ | କୁହାଯାଉଛି ଯେ, ମଣିକନ୍ଦନଙ୍କ ଉପରେ ଅଧିକ ଋଣ ଥିଲା | ଏହା ସେମାନଙ୍କ ଜୀବନ ହରିବାର କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି |