୩ ଦିନ ଧରି ମୃତ ବ୍ୟକ୍ତିଙ୍କୁ କରାଯାଉଥିଲା ଚିକିତ୍ସା; ହସ୍ପିଟାଲ୍‌ରୁ ସ୍ଥାନାନ୍ତରିତ କରିବାରୁ ଧରାପଡ଼ିଲା ସତ୍ୟ

ଚେନ୍ନାଇ: ତାମିଲନାଡୁର ନାଗପଟିନମ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଶନିବାର ଅଭିଯୋଗ ହୋଇଛି ଯେ ଜିଲ୍ଲାର ଏକ ବେସରକାରୀ ହସ୍ପିଟାଲ୍‌ରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ପରେ ବି ତାଙ୍କୁ ହସ୍ପିଟାଲ୍‌ ମଧ୍ୟରେ ରଖାଯାଇ ୩ ଦିନ ଧରି ଚିକିତ୍ସା କରାଯାଇଛି।

ଥାନଜଭୁର ସାଉଥ୍‌ ପୁଲିସ୍‌ ଷ୍ଟେସନ୍‌ରେ ଏ ନେଇ ଏକ ଅଭିଯୋଗ ଦାୟର ହୋଇଛି। ମୃତକ ଏନ୍‌ ଶିଖର(୫୫)ଙ୍କ ପୁଅ ଅଭିଯୋଗ ଆଣିଛନ୍ତି ଯେ ବେସରକାରୀ ହସ୍ପିଟାଲ୍‌ ତାଙ୍କ ବାପାଙ୍କ ମୃତ ଶରୀରକୁ ୩ ଦିନ ଧରି ରଖିଥିଲା। ତାଙ୍କ କହିବା କଥା ହେଲା ପରିବାର ଲୋକଙ୍କଠାରୁ ଟଙ୍କା ଶୋଷିବା ପାଇଁ ହସ୍ପିଟାଲ୍‌ ପକ୍ଷରୁ ମିଛରେ ତାଙ୍କ ବାପାଙ୍କ ଚିକିତ୍ସା କରାଯାଉଥିବା କୁହାଯାଇଥିଲା।

ସେ କହିଛନ୍ତି କି ସେପ୍ଟମ୍ବର ୯ ତାରିଖରୁ ତାଙ୍କ ବାପାଙ୍କ ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସେହିଦିନଠାରୁ ସେ ତାଙ୍କ ବାପାଙ୍କୁ ସ୍ଥାନୀୟ ବେସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ଭାବରେ ଗୁଡ଼ାଏ ଖର୍ଚ୍ଚ ହେଉଥିବାରୁ ସେ ଏକ ସରକାରୀ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରିବାକୁ ମନସ୍ତ କଲେ।

ସରକାରୀ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଜାଣିବାକୁ ମିଳିଲା ଯେ ବ୍ୟକ୍ତି ଜଣକ ଗତ ୩ ଦିନ ହେବ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର