ଏହି କାରଣରୁ ବୃଦ୍ଧାଙ୍କୁ ହତ୍ୟା କରିବା ପରେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲା ଦ୍ୱାଦଶ ଶ୍ରେଣୀର ଛାତ୍ରୀ

ତାମିଲନାଡୁ: ତାମିଲନାଡୁରୁ ଗତ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦ୍ବାଦଶ ଶ୍ରେଣୀର ଜଣେ ଛାତ୍ରୀ ଜଣେ ବୃଦ୍ଧାଙ୍କୁ ହତ୍ୟା କରି ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା  ଓ ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ହତ୍ୟାକାରୀ ସରକାରୀ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ଉକ୍ତ ଛାତ୍ରୀ ବିରୋଧରେ ଭାରତୀୟ ଦଣ୍ଡବିଧାନ ଧାରା ୩୦୨, ୩୯୨, ୩୯୭ ଅଧିନରେ ମାମଲା ରୁଜୁ କରି ଗିରଫ କରିଛି।ମୃତ ବୃଦ୍ଧାଙ୍କ ନାମ ନାଗାଲକ୍ଷ୍ମୀ ବୋଲି ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ମୃତ ନାଗାଲକ୍ଷ୍ମୀ ତାଙ୍କ ପୁଅଙ୍କ ସହ ପୋଲାଚି ସହରରେ ବସବାସ କରୁଥିଲେ । ପୁଅର ଅଭିଯୋଗକୁ ଭିତ୍ତି କରି ପୋଲାଚି ପଶ୍ଚିମ ପୁଲିସ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା ।

ଏହି ତଦନ୍ତରୁ ଜଣେ ନାବାଳିକା ବୃଦ୍ଧା ନାଗାଲକ୍ଷ୍ମୀଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପଚରାଉଚରା ସମୟରେ ନାବାଳିକା ପୁଲିସ ସମ୍ମୁଖରେ ନିଜ ଦୋଷ ସ୍ବୀକାର କରି କହିଥିଲା କି, ‘ବୃଦ୍ଧା ମହିଳାଙ୍କୁ ସେ ଅଳଙ୍କାର  ଓ ଟଙ୍କାା ପାଇଁ ହତ୍ୟା କରିଛି । କାରଣ ତାର ପିତାମାତା ପେସାରେ ଦିନ ମଜୁରିଆ ଥିବାରୁ ବିବାହ ପାଇଁ ଟଙ୍କା ଯୋଗାଡ଼ କରି ପାରୁ ନଥିଲେ କି ଅଳଙ୍କାର କିଣି ପାରୁ ନଥିଲେ । ତେଣୁ ବାଧ୍ୟ ହୋଇ ସେ ଏପରି ଘଟଣା ଘଟାଇଥିଲା।

ହତ୍ୟାକାରୀ ଛାତ୍ରୀ ନାଗାଲକ୍ଷ୍ମୀଙ୍କ ପଡ଼ିଶ‌ାରେ ରହୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର