ପ୍ରେମିକ ସଂପର୍କ ତୁଟାଇବାରୁ ଆତ୍ମହତ୍ୟା କଲେ ଯୁବତୀ,ପ୍ରେମିକ ଗିରଫ

ହାଇଦ୍ରାବାଦ୍‌ : ପ୍ରେମରେ ବିଫଳ ହୋଇ ଆତ୍ମହତ୍ୟାକୁ ସହଜ ବାଟ ବାଛି ନେଇଛନ୍ତି ଯୁବତୀ । ପ୍ରେମରେ ବିଫଳ ହେବାର ଦୁଃଖ ସହି ନ ପାରି ଜେଦିମେଟ୍‌ ଲାରେ ଥିବା ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି ଯୁବତୀ । ମୃତ ଦେହ ପାଖରୁ ଯୁବତୀଙ୍କର ହାତଲେଖା ଚିଠି ମିଳିଥିବା ବେଳେ ତାଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକ କିଶୋର ଦାୟୀ ବୋଲି ଯୁବତୀ ଜଣଙ୍କ ଲେଖିଛନ୍ତି । ଶନିବାର ଏହି ଘଟଣା ଘଟିଥିବା ବେଳେ ଆତ୍ମହତ୍ୟା ପାଇଁ ଉସକାଇଥିବାରୁ କିଶୋରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଜଣା ପଡ଼ିଛି ।

ସୂଚନା ଅନୂଯାୟୀ, ଏମ୍‌ଟେକ୍‌ ପାଠ ପଢ଼ୁଥିବା ଜେ. ଚୈତନ୍ୟାଙ୍କର ତାଙ୍କ ସହପାଠୀ କିଶୋରଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । କିଛି ଦିନ ପରେ କୌଣସି କାରଣରୁ କିଶୋର ଚୈତନ୍ୟାଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ଏଥି ପାଇଁ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । କିଶୋରଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ି ନ ଥିବା ବେଳେ ଜେ. ଚୈତନ୍ୟା ଭାଙ୍ଗି ପଡ଼ିଥିଲେ । ତାଙ୍କୁ ଭୁଲି ନ ପାରି ସେ ନିଜ ଜୀବନ ହାରିବାକୁ ଠିକ୍‌ କରି ନେଇଥିଲେ ।

CALmatters

ଶନିବାର ଘରେ କେହି ନ ଥିଲା ବେଳେ ଏହାର ସୁଯୋଗ ନେଇ ଜେ. ଚୈତନ୍ୟା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ଘରକୁ ଫେରିବା ପରେ ଚୈତନ୍ୟାଙ୍କ ମୃତ ଦେହ ପଙ୍ଖାରେ ଝୁଲୁଥିବାର ଦେଖିଥିଲେ । ପୁଲିସକୁ ଏ ନେଇ ସୂଚନା ଦିଆଯିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ମୃତଦେହକୁ ଉଦ୍ଧାର କରିଥିଲା ।

ସମ୍ବନ୍ଧିତ ଖବର