ମାଛ ଧରିବାକୁ ଯାଇଥିଲେ, ହାତରେ ଲାଗିଲା ୨୩୪କୋଟି ଟଙ୍କାର ଜିନିଷ

ଚେଙ୍ଗଲପାଟ୍ଟୁ: ତାମିଲନାଡୁର ଚେଙ୍ଗଲପାଟ୍ଟୁ ଜିଲ୍ଲାର ମମଲାଲାପୁରମ୍ ଅଞ୍ଚଳରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଯେଉଁ ଘଟଣା ଘଟିଥିଲା, ତାହା ବିଶ୍ୱାସ କରିବା ସହଜ ନଥିଲା | କିଛି ଟଙ୍କା ପାଇଁ ମତ୍ସ୍ୟଜୀବୀମାନେ ମାଛ ଧରିବା ଯାଇଥିବା ବେଳେ ହାତରେ ୨୩୪ କୋଟି ଟଙ୍କାର ଜିନିଷ ଲାଗିବ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ପ୍ରଥମେ ଭାରି ଏବଂ ବଡ ମାଛ ତାଙ୍କ ଜାଲରେ ପଡିଛି ବୋଲି ସେମାନେ ଭାବିଥିବା ବେଳେ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା | ଜାଲ ଭିତରେ ଫସିଥିବା ଜିନିଷଟି ମାଛ ନୁହେଁ ବୋଲି ଜାଣିବା ପରେ ସେମାନେ ଜାଲ ଭିତରେ ଥିବା ବଡ ବକ୍ସକୁ ବାହାର କରିଥିଲେ, ଯେଉଁଥିରେ ଚାଇନିଜ୍ ଏବଂ ଇଂରାଜୀ ଭାଷାରେ କିଛି ଲେଖାଯାଇଥିଲା |

କୂଳକୁ ଆଣି ପରୀକ୍ଷା କରାଯିବା ପରେ ଏହା ଡ୍ରଗ୍ସ ବୋଲି ଜଣା ପଡିଥିଲା | ବ୍ୟାଗ ଭିତରେ ୭୮ କିଲୋଗ୍ରାମର ଡ୍ରଗ୍ସ ଥିବା ବେଳେ ତାହାର ମୂଲ୍ୟ ୨୩୪ କୋଟି ଟଙ୍କା ବୋଲି ଜାଣି ମତ୍ସ୍ୟଜୀବୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ତେବେ ଏତେ ଟଙ୍କାର ଜିନିଷ ଜାଣିବା ପରେ ମଧ୍ୟ ମତ୍ସ୍ୟଜୀବୀମାନେ ତାକୁ ପୁଲିସକୁ ହସ୍ତାନ୍ତର କରିଥିବା ଜଣା ପଡିଛି |

मछुआरों ने जाल फेंका, मछली के बजाय निकली 230 करोड़ रु. की ड्रग्स
aajtak.intoday.in

ତାମିଲନାଡୁର ନାର୍କୋଟିକ୍ସ ଇଣ୍ଟେଲିଜେନ୍ସ ବ୍ୟୁରୋ କ୍ରାଇମବ୍ରାଞ୍ଚ ବିଭାଗର ଅଧିକାରୀ କହିଛନ୍ତି ଯେ, ଏହା ଏକ ବହୁମୂଲ୍ୟ ଡ୍ରଗ୍ସ। ଏକ କିଲୋ ଡ୍ରଗ୍ସର ମୂଲ୍ୟ ପ୍ରାୟ ୩କୋଟି ଟଙ୍କାରୁ ଅଧିକ | ଏହି ଡ୍ରଗ୍ସଗୁଡ଼ିକୁ ଶ୍ରୀଲଙ୍କା ଦେଇ ମାଲେସିଆକୁ ପଠାଯିବାର ଯୋଜନା ଥିଲା ବୋଲି ପୁଲିସ ସନ୍ଦେହ କରୁଛି। ଏହି ଡ୍ରଗ୍ସ ପ୍ରାୟତଃ ରେଭ୍ ପାର୍ଟିରେ ବ୍ୟବହୃତ ହୁଏ | ଯଦି କେହି ଏହି ଡ୍ରଗ୍ସ ସହିତ ଧରାପଡେ, ତେବେ ତାକୁ ୨୦ ବର୍ଷ ଜେଲଦଣ୍ଡ ଦିଆଯିବାର ଆଇନ ରହିଛି | ବାରମ୍ବାର ଏଭଳି ଭୁଲ୍ କରିବା ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯିବାର ଆଇନ ମଧ୍ୟ ରହିଛି |

ସମ୍ବନ୍ଧିତ ଖବର