ତାମିଲନାଡୁର ସରକାରୀ ଡ଼ାକ୍ତରଖାନା ଉପରେ ଲାଗିଲା ଆରୋପ, ଚିକିତ୍ସା ସମୟରେ ୨ବର୍ଷୀୟା ଶିଶୁ କନ୍ୟାକୁ ଦେଇଥିଲେ ଏଚ୍‌ଆଇଭି ସଂକ୍ରମିତ ରକ୍ତ

ଚେନ୍ନାଇ: ତାମିଲନାଡୁର ଏକ ସରକାରୀ ଡ଼ାକ୍ତରଖାନା ଉପରେ ୨ବର୍ଷୀୟ ଶିଶୁର ବାପା ଗମ୍ଭୀର ଆରୋପ ଲଗାଇଛନ୍ତି । ଚିକିତ୍ସା ସମୟରେ ଭୁଲବଶତଃ ଡ଼ାକ୍ତର ଶିଶୁକୁ ଏଚ୍‌ଆଇଭି ସଂକ୍ରମିତ ରକ୍ତ ଦେଇ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା । ପୀଡ଼ିତାଙ୍କୁ ହୃଦୟ ସମ୍ବନ୍ଧିତ ସମସ୍ୟା ଥିବାରୁ ତାଙ୍କୁ ସରକାରୀ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଅଣା ଯାଇଥିଲା । ଯେଉଁ ସମୟରେ ଡ଼ାକ୍ତର ଏଭଳି ବଡ଼ ଭୁଲ କରିଥିଲେ ।

ସୂଚନା ମୁତାବକ, ଘଟିଣାଟି କୋଏମ୍ବାଟୁରରେ ଥିବା ଏକ ସରକାରୀ ଡ଼ାକ୍ତରଖାନାରେ ଘଟିଛି । ପୀଡ଼ିତାଙ୍କ ବାପାଙ୍କ କହିବା ଅନୁଯାୟୀ, “ଗତ ବର୍ଷ ଜୁଲାଇରେ ଝିଅର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାକୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ହେବା ସମୟରେ ଡ଼ାକ୍ତର ଏଚ୍‌ଆଇଭି ସଂକ୍ରମିତ ରକ୍ତ ମୋ ଝିଅକୁ ଚଢ଼ାଇ ଦେବା ସହ ଘରକୁ ପଠାଇ ଦେଇଥିଲେ । କିନ୍ତୁ ଚଳିତ ମାସରେ ଦେହ ଖରାପ ହେବାରୁ ଆମେ ରକ୍ତ ପରୀକ୍ଷା କରାଇଥିଲୁ । ଯାହା ପରେ ଫେବୃଆରୀ ୬,୨୦୧୯ରେ ମୋ ଝିଅ ଏଚ୍‌ଆଇଭି ପୀଡ଼ିତ” ବୋଲି ସ୍ପଷ୍ଟ ହୋଇଥିଲା ।

Medical News Today

ଅନ୍ୟ ପକ୍ଷରେ, ଡ଼ାକ୍ତରଖାନା ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି । “ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଅଣା ଯାଇଥିବା ବେଳେ ତାଙ୍କ ଓଜନ ବହୁତ କମ ଥିଲା । ଯାହା ପରେ ରକ୍ତର ଭଲ ଭାବେ ପରୀକ୍ଷା କରାଯିବା ସହ ରକ୍ତ ଦିଆ ଯାଇଥିଲା । ପୀଡ଼ିତାଙ୍କୁ ଏଚ୍‌ଆଇଭି ସଂକ୍ରମଣ ଅନ୍ୟ କେଉଁ ଡ଼ାକ୍ତରଖାନାରୁ ହୋଇ ଥାଇପାରେ” ବୋଲି କହିଛନ୍ତି ଡ଼ାକ୍ତରଖାନାର ଡିନ୍‌ ଅଶୋକନ । ଏହା ସହ ପୀଡ଼ିତାଙ୍କ ମେଡିକାଲ ରିପୋର୍ଟରୁ ମଧ୍ୟ କୌଣସି ଭୁଲ ନଥିବା ସ୍ପଷ୍ଟ ହୋଇଛି ।

ସମ୍ବନ୍ଧିତ ଖବର