ନିର୍ବାଚନ ଜିଣିବାକୁ ରାଜନେତା ଦେଉଛନ୍ତି‘ପେଚା’ ବଳି !

ବେଙ୍ଗାଲୁର:କର୍ଣ୍ଣାଟକ ନିର୍ବାଚନ ପାଇଁ ଆଜି ଭୋଟ୍‌ ଗଣତି। ରାଜ୍ୟର ପ୍ରାୟ ୫୬ କୋଟି ଭୋଟର ୨୨୨ ଜଣ ବିଧାୟକଙ୍କ ରାଜନୈତିକ ଭାଗ୍ୟକୁ ଆଜି ଇଭିଏମ ମଧ୍ୟରେ ସିଲ କରବା ପ୍ରକ୍ରିୟାରେ ଲାଗିଛନ୍ତି।। ତେବେ ଏହି ନିର୍ବାଚନ ଜିଣିବା ପାଇଁ କର୍ଣ୍ଣାଟକରେ ଗୁଣିଗାରେଡି କରୁଥିବା ତାନ୍ତ୍ରିକମାନଙ୍କ ଭାଉ ଏବେ ବେଶ ବଢ଼ି ଯାଇଛି। ରାଜନେତାମାନେ ନିର୍ବାଚନ ଜିଣିବା ପାଇଁ ତାନ୍ତ୍ରିକଙ୍କ ଶରଣାପନ୍ନ ହେଉଥିବାରୁ ଏଥିପାଇଁ ‘ପେଚା’ ବଳି ଦେବା ପାଇଁ ତାନ୍ତ୍ରୀକମାନେ ବରାଦ ଦେଉଛନ୍ତି। ତେଣୁ ଜଙ୍ଗଲରୁ ପେଚା ଧରି ଏହାକୁ ୩ରୁ ୫ ଲକ୍ଷ ଦରରେ ବିକ୍ରି କରୁଥିବା କିଛି ଶିକାରୀଙ୍କୁ କର୍ଣ୍ଣାଟକ ପୁଲିସ ଓ ବନ ବିଭାଗ ଗିରଫ କରିବା ପରେଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ବନବିଭରଗ ଦଲାଲ ଓ ଶିକାରୀଙ୍କ ଠାରୁ ୫ରୁ ଉର୍ଧ୍ୱ ପେଚା ଉଦ୍ଧାର କରିଛନ୍ତି ଓ ଏହି ଘଟଣାରେ ୭ଟି ମାମଲା ରୁଜୁ କରିବା ସହିତ ୪ ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ପୁଲିସକୁ କହିଛନ୍ତିିି ଯେ କଳା ଯାଦୁ ବା ଗୁଣିଗାରେଡି କରୁଥିବା ତାନ୍ତ୍ରିକଙ୍କ ଦଲାର ସେମାନଙ୍କୁ ପେଚା ଧରି ବିକ୍ରି କରିବାକୁ କହିଥିଲେ। କୋଲେଗଲ, ଦୋଦ୍ଦାବଲ୍ଲାପୁର ଓ ଚିକ୍କରବଲ୍ଲାପୁରର ଅଧିକାରୀମାନେ ବାରମ୍ବାର ବନ୍ୟପ୍ରାଣୀଗୁଡ଼ିକୁ ବଳି ଉଦ୍ଦେଶ୍ୟରେ ତାନ୍ତ୍ରୀକମାନେ ସଂଗ୍ରହ କରୁଥିବା ସୂଚନା ମିଳିଥିଲା। ତେବେ ଏହି କାରବାର ଏତେ ଗୁପ୍ତ ଭାବେ ହେଉଥିଲା ଯେ ପୁଲିସ ଟେର ପାଉ ନ ଥିଲା। ତେବେ ଗତକାଲି ରଙ୍ଗାସ୍ୱାମୀ ଓ ମାଦେଶ ନାମକ ଦୁଇଜଣ ଶିକାରୀ ୩ ଲକ୍ଷ ଟଙ୍କା ବଦଳରେ ଏକ ପେଚାକୁ ବିକ୍ରି କରିବାକୁ ନେଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଥଲେ। ଏକ ସଉଦା ବ୍ୟାଗ ଭିତରେ ଗୋଡ଼ଓ ଡେଣା ବନ୍ଧା ଅବସ୍ଥାରେ ଏକ ଅଢ଼େଇ କେଜି ଓଜନର ବଡ଼ ପେଚାକୁ ପୁଲିସ ଓ ବନବିଭାଗ ଉଦ୍ଧାର କରିଛି।ତେବେ ଅଭିଯୁକ୍ତ ମାନେ କହିଛନ୍ତି ସେମାନେ ତାନ୍ତ୍ରୀକ ଠାରୁ ମାତ୍ର ୩ ଲକ୍ଷ ଟଙ୍କା ପାଇଥିବା ବେଳେ ତାନ୍ତ୍ରୀକ ଏଥିପାଇଁ ରାଜନେତାମାନଙ୍କ ଠାରୁ ୩୦ ଲକ୍ଷ ଟଙ୍କା ନେଇଛନ୍ତି।
ଶନମୁଖପ୍ପା ନାମକ ଜଣେ ତାନ୍ତ୍ରୀକଙ୍କ ସୂଚନା ଅନୁଯାୟୀ, ଏହି ପେଚାକୁ ନେଇ ସମ୍ପୃକ୍ତ ରାଜନେତାଙ୍କ ଘରେ ପୂଜାପାଠ କରାଯାଇ ଜୀବନ୍ତ ପୋତି ଦିଆଯାଇଥାଏ। ସମ୍ପୃକ୍ତ ରାଜନେତା ବା ନିର୍ବାଚନରେ ପ୍ରର୍ଥୀ ହୋଇଥିବା ବ୍ୟକ୍ତି ୪୮ ଦିନ ଧରି ପେଚା ପୋତାଯାଇଥ୍‌ିବା ସ୍ଥାନରେ ବସି ଭୋଜନ କରନ୍ତି। ୪୮ ଦିନ ପରେ ସେଠାରୁ ପେଚାର କଙ୍କାଳ କାଢ଼ି ନିଆଯାଏ। ଏହା ପରେ ହିଁ କେବଳ ତନ୍ତ୍ର ପୂଜା ଶେଷ ହୋଇଥାଏ। ପୂର୍ବରୁ ଏକ ଶୃଗାଳକୁ ଘରେ ବାନ୍ଧିି ରଖାଯାଉଥିଲା। ମାତ୍ର ଶୃଗାଳ ଭୁକିବାରୁ ପଡୋଶୀ ନଜର ପଡ଼ୁଥିବାରୁ ଏବେ ପେଚାକୁ ବଳି ଦିଆଯାଉଛି ବୋଲି ଶନମୁଖପ୍ପା କହିଛନ୍ତି।

ସମ୍ବନ୍ଧିତ ଖବର