ଗୁରୁଗ୍ରାମ: ଫରିଦାବାଦର ଗୋଛି ଗ୍ରାମର ରାଜୀବଗାନ୍ଧୀ କଲୋନିର ଜଣେ ୨୮ ବର୍ଷୀୟ ତାନ୍ତ୍ରିକ ସେହି ଗାମର ଜଣେ ୩୫ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି।
ଦୁଷ୍କର୍ମର ଶିକାର ହୋଇଥିବା ମହିଳାଜଣକ କହିଛନ୍ତି ଯେ, ପ୍ରାୟ ୬ ମାସ ତଳେ ତାଙ୍କର ବିଭିନ୍ନ ସମସ୍ୟା ନେଇ ସେ ତାନ୍ତ୍ରୀକ ରାହୁଳ(୨୮ ବର୍ଷ)ଙ୍କ ସହିତ ଯୋଗାଯୋଗ କରିଥିଲେ। ତନ୍ତ୍ରବିଦ୍ୟା ଦ୍ୱାରା ତାଙ୍କ ସମସ୍ୟାର ସମାଧାନ କରିଦେବେ ବୋଲି ତାନ୍ତ୍ରୀକ ରାହୁଳ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ଗତ ରବିବାର ଦିନ ତାନ୍ତ୍ରୀକ ରାହୁଳ ମହିଳାଙ୍କୁ ତାଙ୍କ ଘରକୁ ଡାକି କିଛି ପିଇବାକୁ ଦେଇଥିଲେ।ଏହା ପରେ ମହିଳାଜଣକ ସଜ୍ଞାହୀନ ହୋଇପଡ଼ିଥିଲେ। ସଜ୍ଞାଫେରିବା ପରେ ସେ ଜାଣିଥିଲେ ଯେ ତାଙ୍କୁ ଦୁଷ୍କର୍ମ କରାଯାଇଛି। ଏ ନେଇ ସେ ପାଟି କରିବାରୁ ତାଙ୍କୁ ଓ ତାଙ୍କୁ ଦୁଇ ସନ୍ତାନଙ୍କୁ ଜୀବନରୁ ମାରି ଦେବାର ଧମକ ଦେଇ ତାନ୍ତ୍ରିକ ରାହୁଳ ସେଠାରୁ ଫେରାର ହୋଇଯାଇଥିଲେ। ଏ ନେଇ ମହିଳା ଜଣକ ସେକ୍ଟର ୧୪ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ମହିଳାଙ୍କର ଡାକ୍ତରୀମାଇନା କରିବା ସହିତ ଅଭିଯୁକ୍ତ ତାନ୍ତ୍ରିକ ରାହୁଳଙ୍କୁ ଗିରଫ କରିଛି।
ମହିଳାଙ୍କୁ ଦୁଷ୍କର୍ମ କରି ତାନ୍ତ୍ରିକ ଗିରଫ
/sambad/media/post_attachments/wp-content/uploads/2017/09/Rape_New.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)